thelifelinemedia
Latest Odisha News, Breaking News Today

ଭିତର କନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ : ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଚ୍ଛାରଖାର କରିବ ଦାନା 

ଭୁବନେଶ୍ୱର: ଭିତର କନିକା ଓ ଧାମରା ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା। ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଏହି ଦୁଇ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ। ବାତ୍ୟା ଦାନା ବର୍ତ୍ତମାନ ପାରାଦ୍ୱୀପ ଠାରୁ ୫୬୦ କିମି ଦୂରରେ ରହିଛି। ଘଣ୍ଟାପ୍ରତି ବେଗ ୧୫ କିମି ରହିଛି। ସମୁଦ୍ରରେ ଅଧିକ ବଳୁଆ ଓ ଶକ୍ତିଶାଳୀ ହେଉଛି ବାତ୍ୟା। ଆସନ୍ତା କାଲି ରାତି ଓ ୨୫ ତାରିଖ ସକାଳ ଏହି ସମୟ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ। ରାଜ୍ୟ ସରକାର ତମାମ ପ୍ରସ୍ତୁତି କରିଛନ୍ତି ବାତ୍ୟାକୁ ମୁକବିଲା କରିବା ପାଇଁ। ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ ଜାରି ରହିଛି। ଅଗ୍ନିଶମ ଓଡ୍ରାଫ ଓ ଏନଡିଆରଏଫ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁତୟନ ଅଛନ୍ତି। ରାଜ୍ୟର ନୂଆ ସରକାର ପାଇଁ ବାତ୍ୟା ଦାନା ପ୍ରଥମ ବିପର୍ଯ୍ୟୟ। ରାଜ୍ୟ ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ବାତ୍ୟାକୁ ସଫଳ ମୁକାବିଲା କରିବା ପାଇଁ।

ଅନ୍ୟପଟେ ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ନବୀନ କହିଛନ୍ତି ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.