ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ: ରିଲିଫ ସେଣ୍ଟରରେ ମହଜୁଦ ଅଛି ସବୁ ସାମଗ୍ରୀ, ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟରେ ୨୫୦ ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି। ୫୦୦ ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି। କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ। ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି ଓଡ୍ରାଫ ଟିମ ସବୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି। ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି। ଅଧିକ ଏନଡିଆରଏଫ ପାଇଁ କେନ୍ଦ୍ରକୁ କହିଛୁ। ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ। ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି। ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି। ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ। ଗାଁରେ ଚୋରି ରୋକିବା ପାଇଁ ବି ପୋଲିସ ମୁତୟନ ହେବେ। ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶ୍ୟକ ପଡିଲେ ବାତିଲ କରାଯିବ।
ଅନ୍ୟପଟେ କଳା ବଜାରି କରୁଥିବା ବେପାରୀ ଙ୍କୁ ସତର୍କ କରାଇଲେ ରାଜସ୍ୱ ମନ୍ତ୍ରୀ। ବାତ୍ୟା ଭଳି ବିପଦ ସମୟରେ ଲୋକଙ୍କୁ ହଇରାଣ ହରକତ କରନ୍ତୁ ନାହିଁ। ନଚେତ୍ ଆଇନ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ ମନ୍ତ୍ରୀ କହିଛନ୍ତି।