ମାଡି ଆସୁଛି ବାତ୍ୟା, ସୃଷ୍ଟି ହେଲା ଲଘୁଚାପ: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଦାନା

ଭୁବନେଶ୍ୱର: ଲଘୁଚାପର ରୂପ ନେଲା ଉତ୍ତର ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ।ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୫ ଟା ୩୦ ମିନିଟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଅବପାତ ଏବଂ ବୁଧବାର ଦିନ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ନାମ ଦାନା କରାଯାଇଛି।ଆରବୀୟ ଦେଶ କତାର ଏହି ନାଁ ରଖିଛିଦାନା’ର ଅର୍ଥ ନିଖୁଣ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି।
ବର୍ତ୍ତମାନ ଏହି ଲଘୁଚାପ ଅଧିକ ଘନୀଭୂତ ହେଉଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୨୨ ଅକ୍ଟୋବର ସକାଳ ସୁଦ୍ଧା ଏକ ଅବପାତ ଏବଂ ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗଳାର ପୂର୍ବ କେନ୍ଦ୍ରୀୟ ଉପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି।