ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ଲୋକଙ୍କୁ ବିଚଳିତ ନ ହେବା ପାଇଁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ବାତ୍ୟାକୁ ନେଇ ଲୋକେ ବିଚଳିତ ହେବ ଦରକାର ନାହିଁ। ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ସରକାର ଏକଦମ ପ୍ରସ୍ତୁତ ଅଛନ୍ତି ବାତ୍ୟାକୁ ମୁକାବିଲା କରିବା ଦିଗରେ। ବାତ୍ୟା ଦାନା କୁ ନେଇ ଲୋକଙ୍କୁ ଏଭଳି କିଛି ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି। ପ୍ରଶାସନିକ କଳର ତିକ୍ତ ଅନୁଭୂତି ରହିଛି ବାତ୍ୟାକୁ ସାମ୍ନା କରିବା ଦିଗରେ। ଓଡିଶାବାସୀଙ୍କ ମଧ୍ୟ ଅନୁଭୂତି ରହିଛି। ତେଣୁ ବାତ୍ୟାକୁ ନେଇ ଭୟଭୀତ ହେବା ଅନୁଚିତ ବୋଲି ରାଜସ୍ବ ମନ୍ତ୍ରୀ ଭିଡିଓ ବାର୍ତ୍ତା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ SRCଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସୋମବାର ସମ୍ଭାବ୍ୟ ବାତ୍ୟାର ମୁକାବିଳା ପାଇଁ ଏକ ଗୁରୁବପୂର୍ଣ୍ଣ ବୈଠକ ବସିଛି। ସମସ୍ତ ପ୍ରକାର ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଥିବା କହିବା ସହ ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ସୁରେଶ ପୂଜାରୀ। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି।ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।