thelifelinemedia
Latest Odisha News, Breaking News Today

ଅସହ୍ୟ ହେଲା ପୁରୁଷ ବନ୍ଧୁଙ୍କ ବ୍ଲାକ ମେଲ: ପ୍ରେମିକ ଦ୍ୱାରା ଠକି ଜୀବନ ହାରିଲେ ଯୁବତୀ

ଭୁବନେଶ୍ୱର:ପ୍ରେମରେ ପ୍ରତାରଣା ଓ ପ୍ରେମିକ ଦ୍ଵାରା ଠକି ଯାଇ ଜୀବନ ହାରିଲେ ରଶ୍ମିତା ଦାସ ନାମକ ଜଣେ ଯୁବତୀ। ଚାକିରି କରାଇଦେବା ନେଇ ନାଁ ରେ ପ୍ରେମିକ ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକ ମେଲ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପ୍ରେମିକ ନାଁ ଅଜିତ ଦାସ। ଅଜିତ ଘର ଜଗତସିଂହପୁରରେ। ୨୨ ବର୍ଷୀୟା ରଶ୍ମିତାଙ୍କ ଘର ଜଗତସିଂହପୁର ଜିଲ୍ଲା କୋରତାଲରେ‌। ସେ ନୟାପଲ୍ଲୀର ଦେବରାୟ କଲେଜ ପାଖରେ ଥିବା ଏକ ଘରେ ଭଡ଼ା ନେଇକି ରହୁଥିଲେ। ଗତ କିଛି ଦିନ ତଳେ ସେ ଏକ ଘରୋଇ ସଫ୍ଟୱେର କମ୍ପାନୀରେ। ଚାକିରି ପାଇବା ପରେ ସେଠାରେ ଟ୍ରେନିଂ ନେଉଥିଲେ। ହେଲେ ଗତକାଲି ଦିନ ଦୁଇଟା ସମୟରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ପଡୋଶି ପୋଲିସକୁ ଖବର ଦେଇଥିଲେ‌। ପୋଲିସ ମୃତଦେହ ଉଧାର କରି ତାଙ୍କର ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ପୋଷ୍ଟମର୍ଟମ କରିଛି।ତେବେ ପରିବାର ଲୋକଙ୍କ କହିବା କଥା କୁମାର ପୁର୍ଣିମା ପାଇଁ ପୁର୍ବ ଦିନ ଘରକୁ ଯାଇଥିଲା ଘରେ କୁମାର ପୁର୍ଣିମା ପାଳନ ପାଇଁ ଯାଇଥିଲେ। ସାଙ୍ଗ ସାଥିଙ୍କ ସହ ନୁଆ ଶାଢ଼ି ପିନ୍ଧି ଫଟୋ ଉଠାଠୁ ଆରମ୍ଭ କରି ଚାନ୍ଦ ଓଷା ମଧ୍ୟ ପାଳନ କରିଥିଲେ। ତେବେ ଅଫିସ ଥିବାରୁ ସେ ଘରୁ ପଳାଇ ଆସିଥିଲେ। ପରେ ଗତକାଲି ସକାଳେ ମଧ୍ୟ ସେ ଅଫିସ ଯାଇଥିଲେ। ୧୧ ପରେ ଫେରିବା ପରେ ପରିବାର ସହ ମଧ୍ୟ କଥା ହୋଇଥିଲେ। ହେଲେ କାଲି ଦିପ୍ରହରକୁ କଲ ଆସିଲା ତାଙ୍କ ଝିଅ ତାଙ୍କ ଘରେ ବେକରେ ଓଢଣି ଲଗାଇ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ଏହାକୁ ଆଧାର କରି ଅଜିତକୁ ଅଟକ ରଖି ପଚରଉଚରା କରୁଛି ପୋଲିସ।

Leave A Reply

Your email address will not be published.