ଦାନା ବାନ୍ଧୁଛି ବାତ୍ୟା ‘ଦାନା’: ଓଡିଶା ଉପରେ ବଡ଼ ପ୍ରଭାବ, ୧୦୦ରୁ ୧୨୦ କିମି ଛୁଇଁବ ପବନ ବେଗ

ଭୁବନେଶ୍ବର: ଆସୁଛି ବାତ୍ୟା ଦାନା । ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେଲା ପରେ ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ତେବେ ଏହାରି ଭିତରେ ବାତ୍ୟାର ରୂପ ନେବାକୁ ବଳ ଗୋଟାଉଥିବା ଘୂର୍ଣ୍ଣବଳୟକୁ ‘ଦାନା’ ନାମ ପ୍ରଦାନ କରାଯାଇଛି । ଅର୍ଥାତ୍ ୨୩ରେ ଏହା ବାତ୍ୟାର ରୂପ ନେଲା ପରେ ଏହାର ନାଁ ‘ଦାନା’ ନାମରେ ନାମିତ କରାଯିବ ।
ସେପଟେ ବାତ୍ୟା କେଉଁଠି ପ୍ରକୃତରେ ହିଟ୍ କରିବ ଏହାର ପ୍ରଭାବ କେତେ ରହିବ ସେନେଇ କିଛି ସ୍ପଷ୍ଟିକରଣ ନମିଳିଥିବା ବେଳେ କିଛି ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଏବେ ଶଙ୍କା ବଢାଇଛି । ୟୁରୋପିଆନ ପାଣିପାଗ ଫୋରକାଷ୍ଟ ଅନୁଯାୟୀ, ବାତ୍ୟା ଦାନା ୨୫ ତାରିଖ ବେଳକୁ ଓଡିଶା ଉପକୂଳ ପୁରୀ ନିକଟରେ ମାଡ ହୋଇପାରେ । ସେହିପରି ଜର୍ମାନୀ ପାଣିପାଗ ସଂସ୍ଥା ଆଇକନର ଆକଳନ ଅନୁଯାୟୀ ଏହା ଓଡିଶାର ଉପକୂଳ ଅଞ୍ଚଳ ପୁରୀରେ ନିକଟରେ ସ୍ଥଳ ଛୁଇଁପାରେ । ଅନ୍ୟପଟରେ ଗ୍ଲୋବାଲ ଫୋରକାଷ୍ଟ କହୁଛି, ଏହା ୨୪ ତାରିଖ ବେଳକୁ ସ୍ଥଳଭାବଗ ଛୁଇଁଲା ବେଳକୁ ଏହାର ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇ ସୁନ୍ଦରବନ ଆଡକୁ ମୁହାଁଇବ ।ଏହି ବାତ୍ୟା ଓଡିଶା ଉପରେ ବଡ଼ ପ୍ରଭାବ ପକାଇବ। ଉପକୂଳ ଓଡିଶାରେ ପ୍ରବଳରୁ ପ୍ରବଳ ବର୍ଷା ହେବ। କିଛି କିଛି ସ୍ଥାନରେ ୨୦ ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।