ଭିଡରେ ଉଛୁଳୁଛି କଟକ: ମନ୍ତ୍ରଧ୍ୱନୀ, ଘଣ୍ଟ ଘଣ୍ଟା ବାଦ୍ୟରେ ପ୍ରକମ୍ପିତ ରୌପ୍ୟ ନଗରୀ

କଟକ: ଝଲସୁଛି ରୂପାର ସହର କଟକ ନଗରୀ ରୂପା ର ସହରରେ ପୂଜା ମଣ୍ଡପ ମାନଙ୍କରେ ଚାନ୍ଦିର ଚମକ ଓ ସୁନାର ଓଜଲ୍ୟା ଭିତରେ ରେ ପୂଜା ପାଉଛନ୍ତି ଜଗତ ଜନନୀ ମା ଦୁର୍ଗା। ମନ୍ତ୍ରଧ୍ୱନୀ , ଘଣ୍ଟ ଘଣ୍ଟା ବାଦ୍ୟରେ ପ୍ରକମ୍ପିତ ହେଉଛି ରୌପ୍ୟ ନଗରୀ। ଜଗତ ଜନନୀ ମା ଦୁର୍ଗା ଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଭକ୍ତ। ଏହା ସହ ପୁଣି ଚିକ ମିକ ଲାଇଟର ସାଜ ସଜ୍ଜା , ସୁଉଚ୍ଚ ତୋରଣ ଓ ମିନାବଜାରରେ ବୁଲା ବୁଲି ର ଖୁବ ମଜା ଉଠାଉଛନ୍ତି ଛୋଟରୁ ବଡ଼ । ମାଙ୍କ ଦର୍ଶନ କରିବା ପାଇଁ ସହର ସାରା ଭିଡ଼ ଜମୁଛି। ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼।
ଅନ୍ୟପଟେ ଶକ୍ତିପୀଠ ଗୁଡିକରେ ମା ଙ୍କ ର ବିଭିନ୍ନ ରୀତିନୀତି ରେ ପୂଜା କରାଯାଉଛି।କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମରେ ଆଜି ମା ମହାସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜିର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ପୀଠରେ ମା ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ ଅନୁଷ୍ଠିତ ହେଉଛି।