thelifelinemedia
Latest Odisha News, Breaking News Today

ନୂଆପଡାରେ ଅପହୃତ ୫ ବର୍ଷର ପୁଅ ଉଦ୍ଧାର: ଅପହରଣ ମାମଲାରେ ସମ୍ପୃକ୍ତ ପ୍ରେମୀ ଯୁଗଳ ଗିରଫ                                         

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅ କୋମନା ପୋଲିସ ଦ୍ୱାରା ହାଇଦ୍ରାବାଦ ରାମୋଜୀ ଫ୍ଲିମସିଟି ନିକଟରୁ ଉଦ୍ଧାର।ଅପହରଣ ମାମଲାରେ ସମ୍ପୃକ୍ତଥିବା ପ୍ରେମୀ ଯୁଗଳକୁ ପୋଲିସ ଗିରଫ କରିଛି। ଗିରଫ ୨ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମଣ୍ଡଲା ଗାଁର ପଦ୍ମିନୀ ମାଝୀ ଏବଂ ଲଖନା ଗାଁର ଦୁର୍ୟୋଧନ ବରିହା ବୋଲି ଜଣାପଡିଛି। ଗତ ସେପ୍ଟେମ୍ବର ୨୯ ତାରିଖରେ କୋମନା ଥାନା ଅନ୍ତର୍ଗତ ଲହଣ୍ଡୋପାଲି ଗାଁର ଅର୍ଜୁନ ବେମାଲ ନିଜର ୫ ବର୍ଷର ପୁଅ ହୃଦାସନ ବେମାଲ ଏବଂ ଅଭିଯୁକ୍ତ ପଦ୍ମିନୀ ମାଝୀ ସାଙ୍ଗରେ ବଲାଙ୍ଗୀର ଜିଲ୍ଲା ଲାଠୋର ସାପ୍ତାହିକ ବଜାରକୁ କିଣାବିକା କରିବାକୁ ଯାଇଥିଲେ।ସେଠାରେ ଅର୍ଜୁନ କିଣାବିକା କରିବାରେ ବ୍ୟସ୍ତ ଥିବା ବେଳେ ଅଭିଯୁକ୍ତ ପଦ୍ମିନୀ ତାଙ୍କର ୫ ବର୍ଷର ଶିଶୁ ପୁଅ ହୃଦାସନକୁ ଅପହରଣ କରି ଫେରାର ହୋଇଯାଇଥିଲା। ପରେ ଅର୍ଜୁନ ପୁଅକୁ ନପାଇ ବହୁତ ଖୋଜା ଖୋଜି କରିବା ପରେ ନିରାଶ ହୋଇ ଘରକୁ ଫେରିଥିଲେ। ପରେ ଗତ ୩୦ ତାରିଖରେ ଏନେଇ ଶିଶୁର ବାପା ଅର୍ଜୁନ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ହେବାପରେ ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ କୋମନା ଥାନାର ଏକ ପୋଲିସ ଟିମ ଅଭିଯୁକ୍ତ ମହିଳା ପଦ୍ମିନୀଙ୍କ ମୋବାଇଲ ଫୋନକୁ ଟ୍ରାକିଙ୍ଗ କରି ହାଇଦ୍ରାବାଦକୁ ଯାଇଥିଲା। ସେଠାରେ ରାଜକୋଣ୍ଡା ପୋଲିସର ସହାୟତାରେ ରାମୋଜୀ ଫ୍ଲିମସିଟି ନିକଟରୁ ଅପହୃତ ୫ ବର୍ଷର ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏଥିସହ ଅପହରଣକାରି ଅଭିଯୁକ୍ତ ପଦ୍ମିନୀ ଓ ତାର ପ୍ରେମିକ ଦୁର୍ୟୋଧନ ବରିହାକୁ ପୋଲିସ ଗିରଫ କାରିଛି ଆଜି ପୋଲିସ ଟିମ କୋମନା ଥାନାରେ ପହଞ୍ଚିଵା ପରେ ଅପହୃତ ୫ବର୍ଷର ଶିଶୁକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।ପୁଅକୁ ଫେରିପାଇବା ପରେ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଅପରପକ୍ଷେ, ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.