thelifelinemedia
Latest Odisha News, Breaking News Today

ପାଞ୍ଜିରେ ତ୍ରୁଟି ଓ ଦ୍ବନ୍ଦ୍ୱ: ସୋମନାଥ ବ୍ରତ ଓ କାର୍ତ୍ତିକ ମାସ ଆରମ୍ଭକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ୱ

ପୁରୀ: ପୁଣି ପାଞ୍ଜିରେ ତ୍ରୁଟି ଓ ଦ୍ବନ୍ଦ୍ୱ।ଏଥର ସୋମନାଥ ବ୍ରତ ଓ କାର୍ତ୍ତିକ ମାସ ଆରମ୍ଭକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ୱ ରହିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ଏଭଳି ତ୍ରୁଟି ରହିଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ। ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକା ତୃଟି ପୁର୍ଣ ଓ ପାରସ୍ପରିକ ଅମେଳ ପୁନଃ ପ୍ରମାଣିତ ହୋଇଛି।ସାରା ଭାରତରେ ଗତ ମହାବିଷୁବ ସଂକ୍ରାନ୍ତି ୧୩/୪/୨୦୨୪ ରେ ପାଳିତ ହୋଇଥିବା ବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତ ପଞ୍ଜିକା ରେ ୧୪/୪/୨୦୨୪ ତୃଟି ଯୁକ୍ତ ଥିଲା। ପଣ୍ଡିତ ସଭା ଚଳିତ ବର୍ଷ ପାଇଁ କୋହିନୂର ଓ ରାଧାରମଣ ପ୍ରେସ ପଞ୍ଜିକା ସହ ଜି ଏନ୍ ତ୍ରିପାଠୀ ପଞ୍ଜିକାକୁ ସ୍ବୀକୃତି ଦେଇଥିବାବେଳେ ସେଇ ତିନୋଟି ପାଞ୍ଜିରେ ପାରସ୍ପରିକ ଅମେଳ ଓଡ଼ିଶା ବାସୀଙ୍କୁ ବିଭ୍ରାନ୍ତ କରାଉଛି।ଚଳିତ ବର୍ଷ ସୋମନାଥ ବ୍ରତର ଓ କାର୍ତ୍ତିକ ବ୍ରତ ଆରମ୍ଭ ଯଥାକ୍ରମେ କୋହିନୂର ପ୍ରେସ ପଞ୍ଜିକାରେ ୧୩/୧୦/୨୦୨୪ ଓ ୧୮/୨୦/୨୪,ରାଧାରମଣ ପ୍ରେସ ପଞ୍ଜିକାରେ ୧୨/୧୦/୨୦୨୪ ଓ ୧୭/୧୦/୨୦୨୪ ଏଵଂ ଜି. ଏନ୍ . ତ୍ରିପାଠୀ ପଞ୍ଜିକାରେ ୧୨/୧୦/୨୦୨୪ ଓ ୧୮/୧୦/୨୦୨୪ ଦର୍ଶାଯିବା ଯୋଗୁଁ ବ୍ରତାଚାରୀ ମାନେ କେବେ ଏହା ପାଳନ କରିବେ ଦ୍ଵନ୍ଦରେ ପଡିଛନ୍ତି। ଆଗାମୀ ସରସ୍ବତୀ ପୂଜା ମଧ୍ୟ ଓଡ଼ିଶାରେ ପ୍ରଚଳିତ ପଞ୍ଜିକା ଠାରୁ ପଣ୍ଡିତ ସଭା ସ୍ଵୀକୃତ ପଞ୍ଜିକା ରେ ଭିନ୍ନତା ରହିଛି। ପଣ୍ଡିତ ସଭା ର ଏହିଭଳି ତୃଟି ଅତୀତରେ ରହିଥିବାରୁ ତାହାର ସ୍ଥାୟୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପଞ୍ଜିକାରେ ଏକତା ପାଇଁ ଚେଷ୍ଠା କରିଥିଲେ। ମାତ୍ର ପଣ୍ଡିତ ସଭା ର ସମ୍ପାଦକ ସଭାପତି ନିର୍ଦ୍ଦିଷ୍ଟ ପଞ୍ଜିକାକାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ବୀକୃତି ଦେଉଥିବା ଅଭିଯୋଗ ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଵିରୁଦ୍ଧ ରେ ଗଣନା ତୃଟି ଯୋଗୁଁ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ପ୍ରଥମ ଥର ପାଈଁ ମାମଲା ମଧ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ପଞ୍ଜିକା ସମୀକରଣ ବୈଠକ ରେ ସମସ୍ତ ପର୍ବ ନିର୍ଦ୍ଧାରିତ ସତ୍ତ୍ୱେ ଏହି ତୃଟି ସ୍ପଷ୍ଟ କରୁଛି ଯେ ବୈଠକ ପୂର୍ବରୁ ପଞ୍ଜିକା ଛପା ହୋଇଯାଉଛି। ପଣ୍ଡିତ ସଭା ର ସମ୍ପାଦକ ଓ ସଭାପତି ଙ୍କୁ ଏହା ବହୁବାର ଲିଖିତ ଆକାରରେ ଦିଆଯାଇଥିଲେ ମଧ୍ୟ ସେମାନେ ଭିନ୍ନ କାରଣରୁ ନୀରବ ରହୁଛନ୍ତି। ପଞ୍ଜିକା ଅନୁସରଣ କାରୀ ଦ୍ବନ୍ଦରେ ରହୁଥିବାରୁ ପଣ୍ଡିତ ସଭା ସ୍ପଷ୍ଟୀକରଣ ଦେବା ସହ ନିଜସ୍ଵ ପଣ୍ଡିତ ନଥିବାରୁ ପଞ୍ଜିକା ସ୍ବୀକୃତି ରୁ ବିରତ ରହିବା ଉଚିତ ବୋଲି କୁହାଯାଇଛି

Leave A Reply

Your email address will not be published.