ଭାଇ ଭଉଣୀଙ୍କ ଠାରୁ ଲୁଟିନେଲେ ଟଙ୍କା ବ୍ୟାଗ: ୩ଲକ୍ଷ ୨୫ ଟଙ୍କା ଲୁଟିନେଲେ ଦୁଇ ଦୁର୍ବୁତ୍ତ

ଭୁବନେଶ୍ୱର:ଦୁଆର ମୁହଁରୁ ଟାଣିନେଲେ ଟଙ୍କା ବ୍ୟାଗ। ନିଳାଦ୍ରୀ ବିହାର ଅଞ୍ଚଳରୁ ଭାଇ ଭଉଣୀଙ୍କ ଠାରୁ ଲୁଟ। ବ୍ୟାଙ୍କ ରୁ ଟଙ୍କା ଉଠାଇ ଫେରିବା ବେଳେ ୩ ଲକ୍ଷ ୨୫ ହଜାର ଟଙ୍କା ଲୁଟିନେଲେ ଦୁଇ ଲୁଟେରା।ଚନ୍ଦ୍ରଶେଖରପୁର ଫେଜ ୧ ଏସବିଆଇ ବ୍ରାଞ୍ଚ ସମ୍ମୁଖରୁ ଲୁଟ ହୋଇଛି।ଘର କାମ ପାଇଁ ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ସମ୍ପର୍କୀୟ ଭାଇ ଭଉଣୀ ପ୍ରତିମା ବେହେରା ଏବଂ ରାଜେନ୍ଦ୍ର ବିଶୋଇ। ଉଭୟ ନିଜ ବାଇକ୍ ରେ ଆସି ଘର ସମ୍ମୁଖରେ ପହଞ୍ଚିଥିବା ବେଳେ ପଛରୁ ଦୁଇଜଣ ଲୁଟେରା ଏକ ପଲସର ଟୁ ଟ୍ବେଣ୍ଟି ବାଇକରେ ଆସି ଯୁବତୀ ଜଣଙ୍କୁ କିଛି ବାଟ ଘୋସାଡି ନେଇଥିଲ ଏବଂ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ବ୍ୟାଗରେ ନଗଦ ଟଙ୍କା ସହ କିଛି ଜରୁରୀ କାଗଜ ପତ୍ର ରହିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଘଟଣା ଘଟିବା ପରେ ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରୁଛି। ତେବେ ପୂର୍ବରୁ ଯୁବତୀ ଜଣଙ୍କ ର ଜଣେ ଲୋକଙ୍କ ସହ ଜମିବାଡ଼ି ସମସ୍ୟା ନେଇ ବିବାଦ ରହିଥିଲା। ସେହି ବ୍ୟକ୍ତି ଲୋକ ଲଗାଇ ଏଭଳି କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପାର୍ବଣ ସମୟ। ଠିକ ଏହି ସମୟରେ ରାଜଧାନୀରେ ଏଭଳି ଘଟଣା ଘଟିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ନୂଆ କମିଶନର ଓ ଡିସିପିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା।ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ ସମସ୍ତଙ୍କୁ ଚକିତ କରିଛି। ଖବର ପାଇ ସିସିଟିଭି ଯାଞ୍ଚ କରୁଛି ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ