ରାଜ୍ୟରେ ଅଛନ୍ତି ୬୯୬ କଲରାପତରିଆ ବାଘ: ଗଣନାରୁ ଆସିଲା ଏଭଳି ତଥ୍ୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୭ ବନଖଣ୍ଡରେ ଲାଗିଥିଲା କ୍ୟାମେରା। କ୍ୟାମେରା କଏଦ ହୋଇଥିବା ଫୋଟକୁ ବିଭିନ୍ନ ଦିଗରୁ ତର୍ଜମା କରାଯାଇ ୬୯୬ କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଛି। ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ଥିବା ବନଖଣ୍ଡରେ ପାଖାପାଖି ୨୦୦ କଲରାପତରିଆ ବାଘ ଅଛନ୍ତି। କ୍ୟାମେରା ଟ୍ରାପ ଓ ଷ୍ଟାଷ୍ଟିସଟିକ ମଡେଲରୁ ଜଣା ପଡ଼ିଛି। ତେବେ ଯାହା ରିପୋର୍ଟ ରହିଛି ଶିମିଳିପାଳରେ ସର୍ବାଧିକ କଲରାପତରିଆ ବାଘ ଥିବା ଜଣା ପଡିଛି। ସେହିପରି ସାତକୋଶିଆ ଅଭୟାରଣ୍ୟରେ ୧୫୦ ରୁ ଅଧିକ କଲରାପତରିଆ ବାଘ ଥିବା ଜଣା ପଡିଛି। ଡେବ୍ରିଗଡ ଅଭୟାରଣ୍ୟରେ ୫୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ଜଣା ପଡିଛି। ଅନ୍ୟପଟେ ଖରୀଆର ଓ ସୁନାବେଡ଼ା କଲରାପତରିଆ ବାଘ ଥିବା ଜଣାପଡିଛି। ଢେଙ୍କାନାଲ ବନ ଖଣ୍ଡରୁ ମଧ୍ୟ ୨୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ସୂଚନା ମିଳିଛି।ଓଡ଼ିଆ ଯେଭଳି ଜଙ୍ଗଲ ରହିଛି ପାଖାପାଖି ୭୦୦ ରୁ ୮୦୦ ପାଖାପାଖି କଲରାପତରିଆ ବାଘ ରହି ପାରିବେ। ତେବେ STF ଦ୍ଵାରା କଲରାପତରିଆ ବାଘ ଶିକାର ଯେଉଁ ତଥ୍ୟ ସମ୍ନାକୁ ଆସିଛି। ତାର କିଛି କାରଣ ରହିଛି। ସେ ଦିଗରେ କୋଠର କାର୍ଯ୍ୟାନୁଷ୍ଠନ ହେବ। ଗତ ପାଞ୍ଚ ବର୍ଷ ଭିତରେ ବନ୍ୟପ୍ରାଣୀ ଓ ମଣିଷ ସଂଘର୍ଷରେ ୮୬୦ ପାଖାପାଖି ଲୋକଙ୍କ ଜୀବନ ଯାଇଛି। ସାତକୋଶିଆ ଅଭୟାରଣ୍ୟରୁ ୬ ଟି ଗାଁ ଶ୍ୱେଛାକୃତ ଭାବେ ସ୍ଥାନାନ୍ତରିତ ହୋଇ ସାରିଛି। ଆଉ ତିନୋଟି ଗାଁ ସ୍ଥାନାନ୍ତରିତ ପାଇଁ ଇଛା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଜଙ୍ଗଲ ଆଖପଖରେ ନ ରଖି ଜାତୀୟ ରାଜପଥ ନ ହେଲେ ରାଜ୍ୟ ରାଜପଥ ନିକଟରେ ଜାଗା ଦେବା ନେଇ ସ୍ଥିର ହୋଇଛି।
ସେହିପରି ଶିମିଳିପାଳ ଅଭୟାରଣ୍ୟରୁ ସ୍ଥାନାନ୍ତାରିତ ହୋଇଥିବା ଗ୍ରାମବାସୀଙ୍କୁ ବାରିପଦା ଓ ଖୁଣ୍ଟା ରାସ୍ତାରେ ଥୟଥାନ ଜାଗା ଚିହ୍ନଟ ହୋଇ ସାରିଛି। ସାତକୋଶିଆ ଅଭୟାରଣ୍ୟରୁ ସ୍ଥାନାନ୍ତରିତ ହୋଇଥିବା ଗ୍ରାମବାସୀ ସାତକୋଶିଆ – ନରସିଂହପୁର ସୀମାରେ ଜାଗା ଚିହ୍ନଟ ହୋଇଛି। ସେହିପରି ଅନୁଗୁଳ ଓ ଛେଣ୍ଡିପଦା ମଧ୍ୟରେ ଜାତୀୟ ରାଜପଥକୁ ଲାଗି ଏକ ଜାଗା ଚିହ୍ନଟ ହୋଇଛି। ସାତକୋଶିଆ କୋର ଏରିଆ ଭିତରେ ଆଉ କୌଣସି ଗାଁ ନାହିଁ। ତେବେ ବୋଫରେ କିଛି କିଛି ଗାଁ ରହିଛି। ସେମାନେ କିଭଳି ସ୍ଥାନାନ୍ତରିତ ହେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।