thelifelinemedia
Latest Odisha News, Breaking News Today

ବିଜେପିରେ ମିଶିବେ ବିଜେଡିର ବଡ ନେତା: ଏମିତି କହିଲେ ବିଜେପି ରାଜ୍ୟ ସଭାପତି 

ଭୁବନେଶ୍ୱର: ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡ଼ି ନେତା। ଖୁବଶୀଘ୍ର ବିଜେଡିର ବଡ ବଡ଼ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ମନମୋହନ କହିଛନ୍ତି ଖାଲି ହୋଇଯିବ ବିଜେଡ଼ି, ତାଙ୍କ ଦଳରେ ଆଉ କେହି ରହିବେ ନାହିଁ । ବିଜେପିରେ ମିଶିବାକୁ ଅନେକ ଆବେଦନ ଆସୁଛି। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ମାନେ କିଛି ଦିନ ତଳେ ବିଜେପିରେ ମିଶିଲେ। ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ। ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ। ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ। ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି। ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡ଼ି କହୁ ।

ପୂର୍ବ ସରକାରକୁ ମଧ୍ୟ ଘେରିଛନ୍ତି ମନମୋହନ ସାମଲ। କହିଛନ୍ତି ୨୪ବର୍ଷର ହିସାବ ଦିଅନ୍ତୁ ନବୀନ। କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦ ଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କଣ କୁହନ୍ତୁ । ସୁଭଦ୍ରା, ଧାନର ଏମଏସପି ବୃଦ୍ଧି ଓ ରତ୍ନଭଣ୍ଡାର ଠାରୁ ଆରମ୍ଭ କରି ଭତ୍ତା ଯାଏଁ ସବୁ ପ୍ରତିଶ୍ରୁତି ପାଳନ କରିଛି ବିଜେପି । ଶହେ ଦିନରେ ଏଇଟା କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ବୋଲି ମନମୋହନ କହିଛନ୍ତି।

Leave A Reply

Your email address will not be published.