ଯାଞ୍ଚ ହେବ ଅବଢ଼ାର ମାନ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ। ମହାପ୍ରସାଦର ହେବ ପରୀକ୍ଷା। ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଲାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ। ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ। ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି।
ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ। ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ। ଭକ୍ତ ମଧ୍ୟ ଆଶ୍ୱସ୍ତ ରହିବେ। ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟକୁ କହିଛନ୍ତି।