କଟକ ବାଲିଯାତ୍ରାରେ ଦୋଳିରୁ ପଡି ଯୁବକ ମୃତ୍ୟୁ:କମିଶନରେଟ୍ ପୋଲିସର ତଦନ୍ତ ଜାରି
କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋଳି ପରିଚାଳକଙ୍କ ନିକଟରୁ ଫିଟନେସ୍ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ କାଗଜପତ୍ର ସଂଗ୍ରହ କରି ଯାଞ୍ଚ କରାଯାଉଛି
କଟକ:କଟକ ବାଲିଯାତ୍ରା ତଳ ପଡ଼ିଆରେ ଗୁରୁବାର ରାତିରେ ରାମଦୋଳିରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ଦୋଳି ଚାଲୁଥିବା ସମୟରେ ଦୁଇଜଣ ଯୁବକ ଗୋଟିଏ ସିଟ୍ରୁ ଅନ୍ୟ ସିଟ୍କୁ ବଦଳାଇବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ।ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ (SCB) କୁ ନେଇଥିଲେ। ସେଠାରେ ଡାକ୍ତର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ଭଦ୍ରକ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ କଟକରେ ଭଡ଼ା ଘରେ ରହୁଥିଲେ। ଅନ୍ୟ ଜଣେ ଆହତ ଯୁବକଙ୍କ ଚିକିତ୍ସା ଜାରି ରହିଛି।
କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋଳି ପରିଚାଳକଙ୍କ ନିକଟରୁ ଫିଟନେସ୍ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ କାଗଜପତ୍ର ସଂଗ୍ରହ କରି ଯାଞ୍ଚ କରାଯାଉଛି।