ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡ଼ିଶା ସାସଂଦ

ନୂଆଦିଲ୍ଲୀ: ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡିଶା ସାଂସଦ ସ୍ଥାନ ପାଇଛନ୍ତି। ବିଜେପି ଓ ବିଜେଡି ସାଂସଦ ଏଥିରେ ସ୍ଥାନ ପାଇଛନ୍ତି। ବିଭିନ୍ନ ବିଭାଗ ପାଇଁ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଛି। ଉଭୟ ସଦନର ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇଛି। କମିଟିରେ ବିଜେଡ଼ିର ୭ ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାନ ମିଳିଛି। ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ କୋଇଲା, ଖଣି ଏବଂ ଇସ୍ପାତ କମିଟିରେ ସ୍ଥାନ ମିଳିଛି । ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି। ସେହିପରି ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ମଧ୍ୟ ରହିଛି। ସୁଲତା ଦେଓଙ୍କୁ ଶିଳ୍ପ କମିଟି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ସ୍ଥାନ ମିଳିଛି। ରେଲୱେ କମିଟିରେ ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ଦାୟିତ୍ବ ମିଳିଥିବାବେଳେ ପ୍ରତିରକ୍ଷା ବିଭାଗ କମିଟିରେ ସାଂସଦ ମୁନ୍ନା ଖାଁଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଦେବାଶିଷ ସାମନ୍ତରାୟଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ କମିଟିରେ ସ୍ଥାନ ମିଳିଛି। ସେହିପରି ବିଜେପି ସାଂସଦଙ୍କୁ ମଧ୍ୟ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ସ୍ଥାନ ମିଳିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାୟିତ୍ୱ ମିଳିଛି। ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଶିକ୍ଷା, ମହିଳା ଓ ଶିଶୁ ବିଭାଗ କମିଟିରେ ସ୍ଥାନ ମିଳିଛି ।