thelifelinemedia
Latest Odisha News, Breaking News Today

ରାଜ୍ୟରେ ଜନଜାତିଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଜନଜାତିଙ୍କୁ ଅବହେଳା କରୁଛନ୍ତି ରାଜ୍ଯ ସରକାର। ଆଦିବାସୀଙ୍କ ପାଇଁ ଏ ସରକାରଙ୍କ ଆଭିମୁଖ୍ୟ କିଛି ବି ନାହିଁ। ଆଦିବାସୀଙ୍କ ଉର୍ନତି ଚାହୁଁ ନାହାନ୍ତି ମୋହନ ସରକାର।ଏଥିପାଇଁ ଆଦିବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି। ପୂର୍ବ ସରକାର ଜନଜାତିଙ୍କ ବିକାଶ ପାଇଁ ଅନେକ ଯୋଜନା କରିଥିଲେ। କିନ୍ତୁ ବିଜେପି ସରକାର ୧୦୦ଦିନ ମଧ୍ୟରେ ଅନେକ ଯୋଜନା ବନ୍ଦ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। SDC ମାଧ୍ୟମରେ ପୂର୍ବ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଜନଜାତିଙ୍କ କଳା, ସଂସ୍କୃତି ଉପରେ ଅନେକ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟରେ ୧କୋଟି ଆଦିବାସୀ ପୂର୍ବ ସରକାର ସମୟରେ ବିକାଶ ଧାରାରେ ସାମିଲ ହୋଇଥିଲେ। ଜନଜାତି ଜମି ପଟା ପାଉନାହାନ୍ତି, କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ GST ଲାଗିଛି। ତାକୁ କେନ୍ଦ୍ର ସରକାର ଏବେସୁଦ୍ଧା ପ୍ରତ୍ୟାହାର କରୁନାହାନ୍ତି। ୧୩୫ ଟି ଗୋଷ୍ଠୀ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏ ବାବଦରେ ରାଜ୍ଯ କିମ୍ବା କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଏମିତି ଅନେକ ପ୍ରସଙ୍ଗରେ ଆଜି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଦଳ ପକ୍ଷରୁ ବିଜେଡି ସାଂସଦ ନିରଞ୍ଜନ ବିଶି ଆଦିବାସୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

 

Leave A Reply

Your email address will not be published.