thelifelinemedia
Latest Odisha News, Breaking News Today

ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସନ୍ତାକଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନି କରି ଏନେଇ ସୂଚନା ଦେଇଛନ୍ତି। ଦିନ ୧୧ ଟା ସମୟରେ ବିମାନବନ୍ଦରରେ ପହଞ୍ଚିବେ।ଏହାପରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଏଜି ଛକ ରେ ଡଃ ବି ଆର୍ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ପରେ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେବେ ନଡ୍ଡା। ଏହାକୁ ନେଇ ହୋଟେଲ ନିୟୁ ମାରୀୟନରେ ସଦସ୍ୟ ପାଇଁ ବିଶେଷ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠିତ ବ୍ୟକ୍ତି, ଯୁବ ବର୍ଗଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରିବା ସହ ତାଙ୍କ ସହିତ କରିବେ ଆଲୋଚନା। ପରବର୍ତ୍ତୀ ସମୟରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ବୈଠକରେ ଯୋଗ ଦେବେ। ଦିନ ୧୨ ଟା ୩୦ ମିନିଟିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେବ ଏହି ବୈଠକ। ବୈଠକରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦାଧିକାରୀ ମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ। ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଚଳ ଚଞ୍ଚଳ ପରିବେଶ ରହିଛି।

Leave A Reply

Your email address will not be published.