thelifelinemedia
Latest Odisha News, Breaking News Today

ଆସନ୍ତକାଲି ଠାରୁ ପୁଣି ଆନ୍ଦୋଳନ କରିବେ ନର୍ସିଂ ଅଫିସର ସଂଘ

ଭୁବନେଶ୍ୱର: ଓଡ଼ିଶା ନର୍ସିଂ ଅଫିସର ସଂଘ ଆସନ୍ତା କାଲି ଠାରୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ପର୍ଯ୍ୟନ୍ତ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ସଭାନେତ୍ରୀ ଶୁଚିସ୍ମିତା ଦାସ ସୂଚନା ଦେଇଛନ୍ତି। ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରାୟ ୧୬୦୦୦ ନର୍ସିଂ ଅଫିସର ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ହେଲେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉନାହିଁ। ୧୦ ଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଛନ୍ତି। ଗତମାସରେ ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନ କରିଥିଲା ଏବଂ ସେବା ପ୍ରଭାବିତ ହେବାରୁ ସରକାର ଆଲୋଚନାକୁ ଡାକିଥିଲେ। ଗତ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ମନ୍ତ୍ରୀ ସଂଘକୁ ମାସେ ମହଲତ ଦେଇଥିଲେ ଏବଂ ମାସେ ମଧ୍ୟରେ ଦାବି ପୂରଣ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ସରକାର କୌଣସି ପଦ‌େ‌କ୍ଷପ ଗ୍ରହଣ କରିଲେ ନାହିଁ କିମ୍ବା ସଂଘକୁ ଜଣାଇଲେ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତା କାଲି ଠାରୁ ସଂଘ ଆଶୁଚିକିତ୍ସା କେନ୍ଦ୍ର, ଓଟି, ଲେବର ରୁମ ଏବଂ ଆଇସିୟୁ କାର୍ଯ୍ୟକୁ ବାଦ ଦେଇ ଅନ୍ୟ ସବୁ କାର୍ଯ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବେ। ଏସବୁ ସତ୍ତ୍ବେ ସରକାର କୌଣସି ପଦ‌େ‌କ୍ଷପ ଗ୍ରହଣ ନକଲେ ୨୭ରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ ସରକାର ସମ୍ପୂର୍ଣ୍ଣଭାବେ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.