ଲୋକଙ୍କୁ କନ୍ଦାଉଛି ପିଆଜ: ଦର ଛୁଇଁଲାଣି ୭୦, ଆଗକୁ ଆହୁରି ବଢିବ

ଭୁବନେଶ୍ୱର: ରାଜ୍ୟରେ ପୁଣି ପିଆଜ ଦର ମହଙ୍ଗା। ଦର ଆକାଶ ଛୁଆଁ ହେଲାଣି।ଆଳୁ ପରେ ଏବେ ପିଆଜ ଦର ଉପର ମୁଁହା। ଏବେ ମାର୍କେଟରେ କିଲୋ ପ୍ରତି ପିଆଜ ୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଓଡ଼ିଶାକୁ ମୁଖ୍ୟତଃ ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରର କର୍ନୁଲରୁ ପିଆଜ ଆସିଥାଏ।କିନ୍ତୁ ରାଜ୍ୟ କୁ ପିଆଜ ଆମଦାନୀ କମି ଯିବାରୁ ପିଆଜ ଦର ଧୀରେ ଧୀରେ ମହଙ୍ଗା ହେବାକୁ ଲାଗିଛି। କଟକ ଛତ୍ରବଜାର ରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି।ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଙ୍କ ପକେଟ କୁ ବାଧୁ ଥିବା ବେଳେ ଗରିବ ଲୋକ ମାନେ ପଖାଳ କଂସା ରେ ପିଆଜର ଅଭାବ କୁ ଅନୁଭବ କରୁଛନ୍ତି।ପିଆଜ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ଏବେ ବଢ଼ାଇଦେଇଛି।କେବଳ ପିଆଜ ନୁହେଁ ପିଆଜ ସହ ରସୁଣ କିଲୋ ୩୦୦ ଟଙ୍କା , ଅଦା କିଲୋ ୧୫୦ ଟଙ୍କା ରହିଛି। ଏହି ମହଙ୍ଗା ମାଡରେ ଗ୍ରାହକ ଏବେ ହନ୍ତସନ୍ତ ହେଉଛନ୍ତି। ଲୋକେ କହୁଛନ୍ତି ଦର ବଢିଲେ ବି କିଣିବାକୁ ପଡିବ।ଯେ କୌଣସି ଖାଦ୍ୟ ରନ୍ଧା ପାଇଁ ପିଆଜ ନିହାତି ଦରକାର। ତେଣୁ ଦର ଉଚ୍ଚା ରହିଲେ ବି ଲୋକେ କିଣିବାକୁ ବାଧ୍ୟ ହେଉଛନ୍ତି।