ଯୋଜନାର ରଙ୍ଗ ନ ବଦଳାଯାଉ, ଯୋଜନା ଉପରେ କାର୍ଯ୍ୟ ହେଉ: ଏମିତି କହି ସରକାରଙ୍କୁ ଘେରିଲେ ସଂତୃପ୍ତ

ଭୁବନେଶ୍ୱର :ଯୋଜନାର ରଙ୍ଗ ନ ବଦଳାଇ, ଯୋଜନା ଉପରେ କାର୍ଯ୍ୟ କଲେ ବିକାଶ ହେବ। 24 ବର୍ଷରେ ରାଜ୍ୟରେ ବିକାଶ ଯାହା ହୋଇଛି, ତାହା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟ କହୁଛି। ଗତ ସପ୍ତାହରେ ଏ ରିପୋର୍ଟ ଆସିଛି। ମୁଣ୍ଡ ପିଛା ଆୟ ଦେଶ ତୁଳନାରେ ଓଡ଼ିଶାରେ ଭଲ। 2001ରେ ଏହା 55.8% ଥିଲା। ଯାହା 2023-24ରେ 88.5% ରହିଛି।ଜିଡିପି ଯୋଗଦାନରେ ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ତୁଳନାରେ ଭଲ। 24 ବର୍ଷରେ ଦେବାଳିଆ ରୁ ରାଜ୍ୟ ଅର୍ଥନୈତିକ ଶୃଙ୍ଖଳାରେ ପହଂଚିଥିଲା। ବିଭିନ୍ନ ଯୋଜନା ପାଇଁ ଦାରିଦ୍ର ଦୂରୀକରଣ ହୋଇଛି। ଦୁଇଟି ବିଶ୍ୱ କପ ହକି ହୋଇଥିଲା। ଯଦି ବିକାଶ ହୋଇ ନଥାନ୍ତା, ବିଶ୍ୱକପ ପାଇଁ କେହି ଆସି ନଥାନ୍ତେ। ଅର୍ଥନୀତି ପ୍ରଗତି ପାଇଁ ରୋଜଗାର, ଆଇନ ଶୃଙ୍ଖଳା, ନିବେଶ ଦରକାର। ହେଲେ ଏବେ ଯେଉଁ ଆଇନ ଶୃଙ୍ଖଳା ଅଛି, ନିବେଶକ ଫେରି ଯିବେ। ତେଣୁ ଏ ସରକାର ଚିନ୍ତା କରନ୍ତୁ। ଲୋକଙ୍କ ସେବା କରିବେ ନା ନିଜ କଥା ବୁଝିବେ। ସରକାର ଆକ୍ଟିଭ ମୋଡ଼କୁ ଆସନ୍ତୁ ବୋଲି ବିଜେଡି ନେତା ସତୃପ୍ତ ମିଶ୍ର କହିଛନ୍ତି।