thelifelinemedia
Latest Odisha News, Breaking News Today

ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ବିଜେଡି ଦେଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସରକାର ଗତକାଲି ରାତ୍ରିରେ ନବୀନ ପଟ୍ଟନାୟକଙ୍କ ଦାବିକୁ ଗ୍ରହଣ କରିଛନ୍ତି। ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।୬୦ ଦିନ ମଧ୍ୟରେ ଏହି ରିପୋର୍ଟ ଆସିବ ନେଇ କୁହାଯାଇଛି। ତେଣୁ ଆମେ ଆସନ୍ତାକଲି ଯେଉଁ ଆନ୍ଦୋଳନର ଡାକରା ଦେଇଥିଲୁ ତାହାକୁ ଆମେ ପ୍ରତ୍ୟାହାର କରୁଛୁ ବୋଲି ବିଜେଡିର ବରିଷ୍ଠ ନେତା ଦେବି ମିଶ୍ର କହିଛନ୍ତି। ଭରତପୁର ଥାନାରେ ଯେଉଁ ଅମାନବିୟ କାଣ୍ଡ ହୋଇଛି ତାହା ସାରା ଭାରତବର୍ଷକୁ ଆନ୍ଦୋଳିତ କରିଛି। ମହିଳା ବିଜୁ ଦଳ ତରଫରୁ ଏହି ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।ଏହାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ୍ୟ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ ରଖିଥିଲେ।ତେବେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଧେଶ ଦେଇଥିବାରୁ ଆମେ ଆନ୍ଦୋଳନ ପ୍ରତ୍ୟାହୃତ କରୁଛୁ ବୋଲି ବିଜେଡି କହିଛି। ନାଗରିକମାନଙ୍କର ଅସୁବିଧାକୁ ବିଚାର କରି ଆଲୋଚନା କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଶା କରୁଛୁ ୬୦ ଦିନ ମଧ୍ୟରେ ପ୍ରକୁତ ସତ୍ୟ ସମ୍ନାନକୁ ଆସିବ।

ରାଜ୍ୟରେ ଆଇନଶୁଙ୍ଖଳ ପରିସ୍ଥିତି ଭୁଶୁଡିବାରେ ଲାଗିଛି। ପୁରୀ ରାଜଭବନରେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଲା କିନ୍ତୁ ତଦନ୍ତ ରିପୋର୍ଟ ନାହିଁ। ରାଉଲକେଲାରେ ଧର୍ଷଣ ଚିତ୍ର ସମ୍ନାନକୁ ଆସିଛି। ନବରଙ୍ଗପୁର ରେ ମଧ୍ୟ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଛି। ରାଜ୍ୟରେ ଏଭଳି ଘଟଣା ରାଜ୍ୟର ଆଇନବ୍ୟବସ୍ଥାକୁ ଦୁର୍ବଳ କରୁଛି। ତେଣୁ ସରକାର ବିଳମ୍ଭ ନ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାରେ ସରକାର ପଦକ୍ଷପ ନିଅନ୍ତୁ ବୋଲି ବିଜେଡି କହିଛି।

 

Leave A Reply

Your email address will not be published.