thelifelinemedia
Latest Odisha News, Breaking News Today

ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମରାୟ 

ନୂଆଦିଲ୍ଲୀ:ସୋମବାର ସୁପ୍ରିମକୋର୍ଟ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଦେଇଛନ୍ତି ବଡ଼ ରାୟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ଅଶ୍ଳୀଳ ଶିଶୁ ଭିଡିଓ ସହିତ ଜଡ଼ିତ ସାମଗ୍ରୀ ଡାଉନଲୋଡ କରିବା ଓ ତାକୁ ଷ୍ଟୋରେଜ କରି ରଖିବା ଅପରାଧ ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଶିଶୁଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍‌ଲୋଡ୍‌ କରିବା ଦଣ୍ଡନୀୟ ଅପରାଧ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା ପୋସ୍କୋ ଅଧିନିୟମ ଅଟେ। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ଓଲଟା ଦେଇଛନ୍ତି। ନିକଟରେ ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ।

ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି। ଏହି ରାୟ ଦେବା ବେଳେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି। ଶୁଣାଣି ବେଳେ ଜଷ୍ଟିସ ଜେ.ବି ପାରଡିୱାଲା କହିଛନ୍ତି ଯେ ଦୋଷୀମାନଙ୍କ ମାନସିକ ସ୍ଥିତିର ଅନୁମାନ ଉପରେ ସମସ୍ତ ପ୍ରଯୁଜ୍ୟ ବ୍ୟବସ୍ଥା ବୁଝାଇବାକୁ ଆମେ ଚେଷ୍ଟା କରିଛୁ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ରଖିଛୁ। ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ ଶିଶୁ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ସାମଗ୍ରୀ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା କରୁଥିବା ବେଞ୍ଚର ସଦସ୍ୟ ଜଷ୍ଟିଶ ଜେ ବି ପାରଡିଓ୍ୱାଲା ୨୦୦ ପୃଷ୍ଠାର ଏହି ରାୟ ଲେଖିଛନ୍ତି।

Leave A Reply

Your email address will not be published.