thelifelinemedia
Latest Odisha News, Breaking News Today

ମାଛର ଦାମ ୧୫ ଲକ୍ଷ ଟଙ୍କା:ମାଛ ଦେଖିବାକୁ ଲୋକଙ୍କ ଭିଡ଼

 

କୋଲକାତା: ୯ ଟି ମାଛର ଦାମ ୧୫ ଲକ୍ଷ ଟଙ୍କା। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜିବୀଙ୍କ ଜାଲରେ ଧରା ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ । ୯ଟି ମାଛର ଓଜନ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭, ୫୦୦ ଟଙ୍କାରେ ବିକ୍ରି ହୋଇଛି ମାଛ। ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଦୀଘା ମୁହାଣରେ ବାବା ସାହେବ ମାଛ ଅଡ଼ତକୁ ନିଲାମ ପାଇଁ ୯ ଟି ତେଲିଆ ଶିଳା ମାଛ ଆସିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ୯ ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି,ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି । ମାତ୍ର ଏହି ତେଲିଆ ଶିଳା ମାଛ ଗଭୀର ସମୁଦ୍ର ରେ କ୍ୱଚିତ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.