ଜାମିନ ପାଇଲେ ରୋଡ଼ରୋମିଓ:ଗିରଫ ହେବାର ୪ଘଣ୍ଟା ପରେ ମିଳିଲା ଜାମିନ

ଭୁବନେଶ୍ୱର:ଭରତପୁର ଥାନା ଘଟଣାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ଜେଏମଏଫସି 2 କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ ବୋଲି କୋର୍ଟ କହିଛନ୍ତି।ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ ବୋଲିକୋର୍ଟ କହିବା ପରେ ଅଭିଯୁକ୍ତଙ୍କ ଗିରଫକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ କାହିଁକି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ଆର୍ମି ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ଚନ୍ଦକା ପୁଲିସ ୭ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲା। ଘଟଣା ବାବଦରେ ସେମାନଙ୍କୁ ଦୀର୍ଘ ସମୟ ଧରି ପଚରା ଉଚୁରା କରିବା ପରେ ଗିରଫ କରିଥିଲା। ଗିରଫ ହେବାର ୪ ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।