thelifelinemedia
Latest Odisha News, Breaking News Today

ଓଡ଼ିଆରେ ରାହୁଲଙ୍କ ଉପରେ ବର୍ଷିଲେ ୟୁପି ବିଜେପି ସାଂସଦ 

ଭୁବନେଶ୍ୱର: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଉତ୍ତରପ୍ରଦେଶ ବିଜେପି ସାଂସଦ ମିଥିଲେଶ କୁମାର କାଥେରିଆ।ଆମେରିକାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କଲା ବିଜେପି।ସରକାରକୁ ଆସିଲେ ସଂରକ୍ଷଣକୁ ହଟାଯିବ ବୋଲି କହିଥିଲେ ରାହୁଲ।ଏହି ମନ୍ତବ୍ୟକୁ ନିନ୍ଦା କରି ଦଳ ଅଭିଯୋଗ କରିଛି, କଂଗ୍ରେସର ଚିନ୍ତାଧାରା ସବୁବେଳେ ସଂରକ୍ଷଣ ବିରୋଧୀ। ଦେଶକୁ ୫୭ବର୍ଷ କଂଗ୍ରେସ ଶାସନ କରିଛି। ୧୯୬୧ରେ ଆରକ୍ଷଣ ହଟାଇବାକୁ ଉଦ୍ୟମ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ। କିନ୍ତୁ ଆମ୍ବେଦକର ସମ୍ବିଧାନରେ ଯେଉଁ ସଂରକ୍ଷଣ କଥା ରଖିଥିଲେ ତାକୁ ବିଜେପି କାର୍ଯ୍ୟକାରୀ କରିଛି।ଧାରା ୩୭୦, ୩୫ଏ ହଟାଇ ଜାମ୍ମୁ କାଶ୍ମିରରେ ଦଳିତଙ୍କୁ ନ୍ୟାୟ ମିଳିଛି।ଚଳିତ ନିର୍ବାଚନରେ ସେଠାରେ ୭ ଏସସି ଏବଂ ୯ ଏସଟି ଏମଏଲଏ ହେବାକୁ ଯାଉଛନ୍ତି ଯାହାକି ଜାମ୍ମୁ ଇତିହାସରେ ପ୍ରଥମ. ଇନ୍ଦିରା ଗାନ୍ଧି ୧୯୭୫ରେ ଜରୁରୀ ପରିସ୍ଥିତି ଘୋଷଣା କରି ସମ୍ଭିଧାନକୁ ଦଳି ଦେଲେ।କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହୁଥିଲେ ଆରକ୍ଷଣ ଦ୍ଵାରା ଆମେ ମୂର୍ଖକୁ ପ୍ରୋତ୍ସାହନ ଦେଉଛନ୍ତି।ପରେ ମୁସଲିମ ଧର୍ମିକ ପାଈଁ ଆରକ୍ଷଣ ନେଇ ପ୍ରସ୍ତାବ ରଖିଥିଲେ। କଂଗ୍ରେସ କେରଳ ତାମିଲନାଡୁ ଓ କର୍ଣ୍ଣଟକରେ ମୁସଲିମକୁ ଆରକ୍ଷଣ ଦଳିତଙ୍କ ସଂରକ୍ଷଣ କାଟିଛି।

ମୋଦିଙ୍କ ସମୟରେ ଓବିସି, ଦଳିତଙ୍କ ବିକାଶ ପାଈଁ କାମ ହୋଇଛି। ସମ୍ଭିଧାନର ସର୍ବୋଚ୍ଛ ଆସନ ଗୁଡିକରେ ଦଳିତ ବର୍ଗଙ୍କୁ ବସାଇଛନ୍ତି ମୋଦୀ। ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସମ୍ଭିଧାନ ଗୌରବ ଯାତ୍ରା ଆୟୋଜନ କରିଥିଲେ। କିନ୍ତୁ ବିଜେପି ଦୃଢ଼ ବାର୍ତ୍ତା ଦେବାକୁ ଚାହୁଁଛି କଂଗ୍ରେସ ଯେତେ ଚେଷ୍ଟା କଲେବି ସଂରକ୍ଷଣ କେବେ ହଟାଇ ପାରିବନି ବୋଲି ୟୁପି ବିଜେପି ସାଂସଦ କହିଛନ୍ତି।

Leave A Reply

Your email address will not be published.