thelifelinemedia
Latest Odisha News, Breaking News Today

ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ପଦ ଓ ଗୋପନୀୟତାର ଶପଥ ନେଲେ ଅତିଶୀ 

ନୂଆଦିଲ୍ଲୀ: ଦିଲ୍ଲୀ କମାଣ ସମ୍ଭାଳିଛନ୍ତି ଅତିଶୀ। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅତିଶୀ। ୫ ଜଣ ବରିଷ୍ଠ ନେତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ସହିତ ଅତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଥମେ ଉପ ରାଜ୍ୟପାଳ ଅତିଶୀଙ୍କୁ ଶପଥ ପାଠ କରାଇଥିଲେ ଏହା ପରେ ଜଣଙ୍କ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।୫ ଜଣ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ଵାଜ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାଓ୍ବତ ପ୍ରମୁଖ ଶପଥ ନେଇଛନ୍ତି।

୪୩ ବର୍ଷରେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହେବାର ଗୌରବ ଅର୍ଜନ କରିଛନ୍ତି ଅତିଶୀ। ଦକ୍ଷତା ଓ ଅନୁଭବ ଦୃଷ୍ଟିରୁ ଅତିଶୀ ଏବେ ଦିଲ୍ଲୀବାସୀଙ୍କ ପାଇଁ କାମ କରିବେ। ବିଦାୟୀ କେଜ୍ରିୱାଲ ସରକାରରେ ଅତିଶୀ ଅର୍ଥ, ରାଜସ୍ୱ, ପୂର୍ତ୍ତ, ଶକ୍ତି ଏବଂ ଶିକ୍ଷା ସମେତ ୧୩ଟି ପ୍ରମୁଖ ଦାୟିତ୍ବ ସମ୍ଭାଳିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ପାଇଁ ଆହ୍ୱାନ ଭରା ସ୍ଥିତି ରହିବ। ୧୭୭ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ ଅତିଶୀ।

Leave A Reply

Your email address will not be published.