ତିରୁପତି ଲଡ଼ୁରେ ପଶୁ ଚର୍ବି ମାମଲା :ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ତିରୁପତି ଲଡ଼ୁରେ ପଶୁ ଚର୍ବି ମାମଲା :ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଭକ୍ତଙ୍କୁ ଅର୍ପଣ ହେଉଥିବା ଲଡ଼ୁରେ ବ୍ୟବହୃତ ପଶୁ ଚର୍ବି ଓ ମାଛ ତେଲ ମିଶିବା ବିବାଦ ଘନେଇବାରେ ଲାଗିଛି। କଥା ଯାଇ ଦିଲ୍ଲୀରେ ପହଂଚିଲାଣି। ଆନ୍ଧ୍ର ସରକାରଙ୍କୁ ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ନୋଟିସ ପଠାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ରାଜ୍ୟର ପୂର୍ବତନ ସରକାର ସମୟରେ ପଶୁ ଚର୍ବିରେ ପ୍ରସ୍ତୁତ ଘିଅ ଏବଂ ମାଛ ତେଲରେ ଲଡ଼ୁ ପ୍ରସ୍ତୁତ ହେଉଥିବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏବେ ଏହି ବିବାଦ ଦିଲ୍ଲୀରେ ପହଞ୍ଚି ଯାଇଛି ଏହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି।
ଅନ୍ୟପଟେ ଆନ୍ଧ୍ର ମୁଖମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୱାଇଏସଆରସିପି ମୁଖ୍ୟ ଜଗନମୋହନ ରେଡ୍ଡୀ। ଚନ୍ଦ୍ରବାବୁ ଦେଇଥିବା ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି ଜଗନମୋହନ। ମୁଖ୍ୟମନ୍ତ୍ରୀ ଆସ୍ଥାକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଧର୍ମୀୟ ଭାବନାକୁ ନେଇ ରାଜନୀତି ନ କରାଯାଉ ବୋଲି ଜଗନମୋହନ କହିଛନ୍ତି।