thelifelinemedia
Latest Odisha News, Breaking News Today

ଦିଲ୍ଲୀ କମାଣ ସମ୍ଭାଳିବେ ଅତିଶୀ: ଆଜି ମୁଖମନ୍ତ୍ରୀ ଭାବେ ନେବେ ଶପଥ 

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ରାଜନୀତି ଇତିହାସରେ ନୂଆ ଫର୍ଦ ଯୋଡି ହେବାକୁ ଯାଉଛି। ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅତିଶୀ। ମାତ୍ର ୪୩ ବର୍ଷ ବୟସରେ ଦିଲ୍ଲୀ ଗାଦିରେ ବସିବେ। ୫ ଜଣ ଜଣେ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ ଭାବେ ଶପଥ ଗ୍ରହଣ କରି ସେ ବନିଯିବେ ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅତିଶୀଙ୍କ ସହ ଆପ୍‌ର ବରିଷ୍ଠ‌ ନେତା ଗୋପାଳ ରାୟ, କୈଳାସ ଗେହଲଟ୍‌, ସୌରଭ ଭରଦ୍ବାଜ ଓ ଇମ୍ରାନ ହୁସେନ ଆଦି ମନ୍ତ୍ରୀ ଭାବେ ଶପଥ ନେ‌ବେ।

ଆପର ସବୁଠୁ ବଡ଼ ମହିଳା ଚେହେରା ହେଉଛନ୍ତି ଅତିଶୀ। ଜଣେ ଉଚ୍ଚ ଶିକ୍ଷିତା ଅତିଶୀ ଆପ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇ ଆସିଛନ୍ତି। ଦିଲ୍ଲୀର ସେ ତୃତୀୟ ମହିଳା ମୁଖମନ୍ତ୍ରୀ ହେଉଛନ୍ତି। ଶୀଲା ଦୀକ୍ଷିତ ଓ ସୁଷମା ସ୍ୱରାଜଙ୍କ ପରେ ଅତିଶୀ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଦଳ ଅତିଶୀଙ୍କୁ ଦିଳ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା

Leave A Reply

Your email address will not be published.