thelifelinemedia
Latest Odisha News, Breaking News Today

ମୋଦୀଙ୍କ ତିନିଦିନିଆ ଆମେରିକା ଗସ୍ତ: କୂଟନୀତି ଦୃଷ୍ଟିରୁ ବେଶ ଗୁରୁତ୍ବ ମୋଦୀଙ୍କ ଗସ୍ତ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦିନିଆ ଆମେରିକା ଗସ୍ତ। ଏହି ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅୟୋଜନ କରୁଥିବା କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ଯାଉଥିବା ନେଇ ମୋଦି କହିଛନ୍ତି। ଏଥିସହ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ସହ ଏହି ସମ୍ମିଳନୀରେ ଭେଟ୍‌ଘେଟ ହେବାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ଗସ୍ତ ସମୟରେ ମୋଦି ଷଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ସହିତ ଅନେକ ଦେଶର ନେତାଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏହାକୁ ଦୃଷ୍ଟିରେ ରଖି ମୋଦୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମସୂଚୀ ଉପରେ ପୁରା ବିଶ୍ୱର ନଜର ରହିଛି। ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରିବେ ମୋଦି।କ୍ୱାଡରେ ଭାରତ ବ୍ୟତୀତ, ଜାପନା, ଅଷ୍ଟ୍ରେଲିଆ, ଆମେରିକା ମଧ୍ୟ ରହିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ନବମ ଥର ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ରୁଷ ୟୁକ୍ରେନ ଓ ଇସ୍ରାଏଲ ଓ ହମାସ ଯୁଦ୍ଧ ଚାଲିଛି। ମଧ୍ୟ୍ୟପ୍ରାଚ୍ୟ ଓ ୟୁକ୍ରେନ ଯୁଦ୍ଧରେ ଆମେରିକା ପରୋକ୍ଷରେ ଜଡିତ ରହିଛି। ଅନ୍ୟପତଟେ ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତେଣୁ ସେହି ଦୃଷ୍ଟିରୁ ମୋଦୀଙ୍କ ଆମେରିକା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି।

Leave A Reply

Your email address will not be published.