ଭରତପୁର ଥାନା ଘଟଣା: ଆସନ୍ତାକାଲି ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦେବ ବିଜେଡି। ପରେ ସବୁ ସ୍ତରରେ ପ୍ରତିବାଦ କରାଯିବ। ଯେ ପର୍ଯ୍ୟନ୍ତ ଏ ଘଟଣାରେ ନାୟିକ କାର୍ଯ୍ୟନୁଷ୍ଠାନ ହୋଇନି ସେ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱରକୁ ଶାଣିତ କରିବ ବିଜେଡି। ଯଦି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ତେବେ ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା। ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ ବୋଲି ବିଜେଡି କହିଛି।
ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି। ଭରତପୁର ଥାନା ଭିତରେ ବିଜେଡି ସରକାର ସମୟରେ ସିସିଟିଭି ଇନଷ୍ଟଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହା ଯାଉଛି ସିସିଟିଭି ଇନଷ୍ଟଲ ହୋଇନଥିଲା। ଘଟଣାରୁ ଲାଗୁଛି ପୋଲିସ ଏହି ଘଟଣାକୁ ଲିପାପୋତି କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାକୁ ଘଣ୍ଟ ଘୋଡେଇବାକୁ ଚେଷ୍ଟା କରୁଛନ୍ତି । ବିଜେଡି କିନ୍ତୁ ଚୁପଚାପ ବସିବନି। ନାରୀ ସୁରକ୍ଷାପାଇଁ ବିଜେଡି ପ୍ରତିବାଦ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।