ଶହେ ଦିନର ସରକାରକୁ ପାଠ ପଢାଉଛି ବିଜେଡି

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ଶୁନ୍ୟ ସହନାଶୀଳତା ନୀତି ଅବଲମ୍ବନ କରିଛନ୍ତି ସରକାର। ମହିଳା ଅପରାଧ ମାମଲାରେ ସରକାର ଶୁନ୍ୟ ସହନାଶିଳତା ନେତୀ ରହିଛି। କାହାକୁ ଛାଡ ହେବ ନାହିଁ। ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ପ୍ରଭାବଶାଳୀ ଲୋକ ହେଲେ ବି କାହା ମୁହଁ ଦେଖା ଯିବନି। ନବୀନ ବାବୁ ଯେଉଁ ବିଚାର ବିଭାଗିୟ ତଦନ୍ତ କଥା କହୁଛନ୍ତି। ପୂର୍ବରୁ କନ୍ଧମାଳ ଜୁଡ଼ିସିଆଲ ତଦନ୍ତର ରିପୋର୍ଟ କୁଆଡେ ଗଲା। ନବୀନ ବାବୁଙ୍କ ସମୟରେ ୨୪ଜୁଡ଼ିସିଆଲ ତଦନ୍ତ ହେଲା। କୌଣସି ରିପୋର୍ଟ ସାର୍ବଜନୀନ ହେଲା ନାହିଁ।ନାରୀ ନିର୍ଯାତନା କ୍ଷେତ୍ରରେ କମିଶନ ଦରକାର ନାହିଁ ଦୋଷୀ ଗିରଫ ହେବା ଦରକାର। ତଦନ୍ତ ଆଉ ଚାର୍ଜସିଟ ଠିକ ଦେବା ଦରକାର। ଦୋଷୀ ଦଣ୍ଡିତ ହେବା ଦରକାର। ନବୀନ ବାବୁ କୁହନ୍ତି ଆଇନର ଆଖି ନାହିଁ ଥିଲେ ଦେଖିଥାନ୍ତା। ଆଇନ ତା ବାଟରେ ଯିବ, ଅଭିଯୁକ୍ତ ଦଣ୍ଡିତ ହେବ। ଅପରାଧୀଙ୍କୁ ପୃଷ୍ଠପୋଷକତା ଦେଉଥିବା ଲୋକ ବି ଦଣ୍ଡିତ ହେବ। ୨୪ ବର୍ଷ ସରକାର ଚାହିଁଥିଲେ ହିଂସା ମୁକ୍ତ ଓଡିଶା ଗଠନ କରିପାରିଥାନ୍ତା। ନବୀନ ବାବୁ ଆଦର୍ଶ ଥାନା କରିବାକୁ ଚେଷ୍ଟା କରୁଥିଲେ ହେଲେ ଆମ ସରକାର ଆଦର୍ଶ ପୋଲିସ ତିଆରି କରିବାକୁ ଚେଷ୍ଟା କରିବ।ନିଲମ୍ବନ ହୋଇଛନ୍ତି ତଦନ୍ତ ଚାଲିଛି। ଘଟଣା ସାଙ୍ଗରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଥିଲେ କିମ୍ଭା ତଥ୍ୟ ଲୁଚାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନବୀନ ବାବୁ ଯଦି ତାଙ୍କ ସମୟରେ କଥା ବୁଝୁଥାନ୍ତେ ତାହେଲେ ରାଜ୍ୟରେ ନାରୀ ନିର୍ଯାତନା ହେଇନଥାନ୍ତା।ଯେଉଁ ସମୟରେ କ୍ଷମତାରେ ଥିଲେ ରାଜଧର୍ମ ପାଳନ କଲେ ନାହିଁ। ବେବିନା, ପରୀ, ମାଧାବିଲତା ଘଟଣାରେ ତାଙ୍କ ଦଳର ଅନେକ ନେତାଙ୍କ ନାଁ ଉଠିଲା।ସେ ସମୟରେ ବି ରାଜଧର୍ମ ପାଳନ କଲେ ନାହିଁ। ଏବେ ଶହେ ଦିନ ସରକାରକୁ ପଠା ପଢ଼ାଇବା ଆରମ୍ଭ କରିଛନ୍ତି ବୋଲି ବିଜେଡିକୁ ଟାର୍ଗେଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ