ମେଜରଙ୍କୁ ଥାନାରେ ନିର୍ଯ୍ୟାତନା ମାମଲା: ହାଇକୋର୍ଟରେ ହାଜର ହେବେ ଭରତପୁର ଥାନାର ନିଲମ୍ବିତ ଆଇଆଇସି

କଟକ: ହାଇକୋର୍ଟରେ ହାଜର ହେବେ ଭାରତ ପୁର ଥାନାର ନିଲମ୍ବିତ ଆଇଆଇସି। ସେନା ଅଧିକାରୀ କ୍ୟାପଟେନ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନାରେ ମାଡ଼ ଓ ଅସଦାଚରଣ ଘଟଣାରେ ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ହାଇକୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମାନ୍ୟବର ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ମାମଲାର ପୁନଶ୍ଚ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆଜିର ଶୁଣାଣି ସମୟରେ ଅଦାଲତରେ ହାଜର ହେବେ ଆଇଆଇସି। ଗତକାଲି ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଦୀନକୃଷ୍ଣ ମିଶ୍ରଙ୍କୁ କମିଶନରେଟ ପୋଲିସର କାର୍ଯ୍ୟାଳୟକୁ ତୁରନ୍ତ ବଦଳି କରାଯାଇଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ବ ପୋଲିସ ଡିଜି ଦେଇଥିବା ବେଳେ କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ ତଦନ୍ତ ଆରମ୍ଭ କରିଛି। ଅଙ୍କିତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ଆଜି ସକାଳେ ପୋଲିସ ଡିଜି ଏ ଘଟଣାର ଗୁରୁତ୍ବକୁ ଦେଖି ଭାରତପୁର ଥାନା ପୋଲିସ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ଜଣଙ୍କୁ ନିଲମ୍ବିତ କରାଯାଇଛି। ସବ ଇନିସ୍ପେକର ବିଳାସିନୀ ପଣ୍ଡା, ASI ସଲିଲାମୟୀ ସାହୁ, ସାଗରିକା ରଥ, ASI ବଳରାମଙ୍କ ବିରୁଦ୍ଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।