ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ଆତିଶୀ ହେବେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ଦଳର ନେତା ଭାବେ ଚୟନ କରାଯାଇଛି।ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ । ଏହାପୂର୍ବରୁ ଦିବଂଗତ ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ୪୩ ବର୍ଷୀୟା ଆତିଶୀ ଜଣେ ଉଚ୍ଚ ଶିକ୍ଷିତା ମହିଳା। ପ୍ରଥମ ଥର ବିଧାୟିକା ହେଵା ପରେ ଏକାଧିକ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଆପ୍ ବିଧାୟକ ଦଳ ବୈଠକ ପୂର୍ବରରୁ ୨ ଜଣ ରେସରେ ଥିଲେ । ଆତଶୀ ଏବଂ କୈଳାଶ ଗେହଲଟଙ୍କ ନାମ ଆଗରେ ରହିଥିଲା । କିନ୍ତୁ ମାପକାଠି ହିସାବରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି।
ଆପର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ଆତିଶି । ବର୍ତ୍ତମାନ ଦିଲ୍ଲୀ ସରକାରରେ ସେ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବରେ ଅଛନ୍ତି ଆତିଶି । ଏଥିସହିତ ସେ ୨୦୧୫ରୁ ୧୮ ପର୍ଯ୍ୟନ୍ତ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରାମର୍ଶଦାତା ମଧ୍ୟ ରହିଛନ୍ତି ।