thelifelinemedia
Latest Odisha News, Breaking News Today

ଆଜି ଦେବଶିଳ୍ପୀ ବିଶ୍ୱକର୍ମାର ପୂଜା : ଉତ୍ସବ ମୁଖର ଗାଁ ଠୁ ସହର 

ବ୍ୟୁରୋ: ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାରେ ଉତ୍ସବ ମୁଖର ଗାଁରୁ ସହର। ସବୁଠି ବିଶ୍ୱକର୍ମାଙ୍କ ପୂଜା ବେଶ ଧୁମଧାମରେ କରାଯାଉଛି।ବ୍ୟବସାୟିକ ଅନୁଷ୍ଠାନ ହେଉ କି କଳକାରଖାନା ଅବା ଶିଳ୍ପ ସଂସ୍ଥା ସବୁ ଜାଗାରେ ଆଜି ବିଶ୍ଵକର୍ମାଙ୍କ ଆରାଧନା କରାଯାଉଛି। ରାଜ୍ୟର କୋଣ ଅନୁକୋଣରେ ବିଶ୍ଵକର୍ମାଙ୍କ ପୂଜା ଅବସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ବି ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ । ଏହି ବିଶ୍ୱକର୍ମା ପୂଜା ସେହି ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର ଏବଂ ବ୍ୟବସାୟୀ । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି।ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ ।

ବିଶ୍ୱକର୍ମା ପୂଜା ଦିନ ସକାଳେ ଘର, କାରଖାନା ବା ଦୋକାନରେ ଥିବା ମେସିନ୍ ଓ ଯାନ ଗୁଡ଼ିକ ସଫା ସୁତୁରା କରି ବିଶ୍ଵକର୍ମାଙ୍କୁ ପୂଜା କରା ଯାଇଥାଏ। ଘରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ଭଗବାନଙ୍କ ଆରାଧନା କରାଯାଏ। ବିଶ୍ୱାସ ରହିଛି ବିଶ୍ୱକର୍ମାଙ୍କୁ ଫୁଲ, ଫଳ ଓ ମିଠା ଇତ୍ୟାଦି ଅର୍ପଣ କଲେ ମଣିଷ ବ୍ୟବସାୟିକ ସଫଳତା ପାଇଥାଏ। ଧନଧାନ୍ୟରେ ଜୀବନ ପରିପୂର୍ଣ୍ଣ ହୋଇଯାଏ।

 

 

Leave A Reply

Your email address will not be published.