thelifelinemedia
Latest Odisha News, Breaking News Today

କେଜ୍ରିଓ୍ବାଲଙ୍କ ଇସ୍ତଫା ଉପରେ ଡାଇଲଗ କହିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆପ୍ ସାଂସଦ ରାଘବ ଚଡ୍ଡା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଥିଲା, ଦୋଷ ଲଦାଗଲା । ତେଣୁ କେଜ୍ରିଓ୍ବାଲ ଏବେ ସଚ୍ଚୋଟତାର ପରୀକ୍ଷା ଏବଂ ଅଗ୍ନି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଜନତା ଏବେ ଝାଡୁ ବଟନ୍ ଦବାଇ କେଜ୍ରିୱାଲ ଜୀଙ୍କୁ ସଚ୍ଚୋଟ ଘୋଷଣା କରିବେ ।

ରାଘବ ଚଡ୍ଡା କହିଛନ୍ତି ଯେ, ୨୦୨୫ ନିର୍ବାଚନ ମାଧ୍ୟମରେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସଚ୍ଚୋଟ ଘୋଷଣା କରିବେ । ଫିଲ୍ମ ଦିୱାରରେ ଯେପରି ଅମିତାଭ ବଚ୍ଚନଙ୍କ ହାତରେ ଯାହା ଲେଖା ହୋଇଥିଲା, ତାହାର ଓଲଟା ଭାବେ ଦିଲ୍ଲୀର ଲୋକମାନେ ସେମାନଙ୍କ ହାତରେ ଲେଖିବେ ଯେ ଆମ କେଜ୍ରିୱାଲ ସଚ୍ଚୋଟ ଅଟନ୍ତି। ରାଘବ ଆହୁରି କହିଛନ୍ତି ଯେ, ୨୦୨୦ରେ ଅରବିନ୍ଦ କେଜ୍ରିୱାଲ କାମ ଆଧାରରେ ଭୋଟ୍ ମାଗିଥିଲେ ଏବଂ ସେ କହିଥିଲେ ଯେ ଯଦି ମୁଁ କାମ କରିଛି ତେବେ ମୋତେ ଭୋଟ୍ ଦିଅ । ଯଦି ମୁଁ କାମ କରିନାହିଁ ତେବେ ମୋତେ ଭୋଟ୍ ଦିଅ ନାହିଁ ।

Leave A Reply

Your email address will not be published.