thelifelinemedia
Latest Odisha News, Breaking News Today

ଜନ୍ମ ଦିନରେ ମହିଳାଙ୍କୁ ବଡ଼ ଉପହାର ଦେବେ ମୋଦି: ସୁଭଦ୍ରା କିସ୍ତି ସହିତ ବଡ ଉପହାର ଭେଟିଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଜନ୍ମ ଦିନରେ ଓଡ଼ିଶାର ମହିଳା ମାନଙ୍କୁ ବଡ଼ ଉପହାର ଦେବା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା । ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । ଆସନ୍ତାକାଲି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଗାଢ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କରିବେ ଆଲୋଚନା । ପାଖାପାଖି 30 ମିନିଟ ଧରି ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପିଏମ । ସେଠାରୁ ୧୧ ଟା ୪୫ରେ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଏବଂ ତାସହ ସ୍ପୋର୍ଟସ ଭେଲିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ । ଜନତା ମଇଦାନ କାର୍ଯ୍ୟକ୍ରମରେ ପାଖାପାଖି ଘଣ୍ଟାଏ ରହିବା ପରେ ୧.୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯିବେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.