୧ ନଭେମ୍ବରରୁ ଆଉ ମିଳିବନି ରାସନ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଦେଶର ଅନେକ ଲୋକ ସରକାରୀ ଯୋଜନାର ସୁବିଧା ପାଆନ୍ତି। ଯେଉଁଥିରେ ମୁଖ୍ୟତଃ ଗରିବ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ ଯୋଗାଉଛନ୍ତି। ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନାର ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ ରହିବା ଆବଶ୍ୟକ। କିନ୍ତୁ ରାସନ କାର୍ଡଧାରୀଙ୍କ ପାଇଁ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧ ନଭେମ୍ବରରୁ ଏହାକୁ ପୂରଣ ନ କରୁଥିବା ହିତାଧିକାରୀଙ୍କ ରାସନ ବନ୍ଦ ହେବ ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ, ସମସ୍ତ ରେସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କରିବା ଆବଶ୍ୟକ। ଖାଦ୍ୟ ଏବଂ ଜନ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହା ସମ୍ପର୍କରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା। କିନ୍ତୁ ଏହା ସତ୍ତ୍ବେ ଅନେକ ରାସନ କାର୍ଡଧାରୀ ଏହା ବର୍ତ୍ତମାନ ସୁଦ୍ଧା କରି ନାହାନ୍ତି। ଯେଉଁମାନେ ଇ- କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର ରାସନ ବନ୍ଦ ହେବ। ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଇ-କେୱାଇସି ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ଭାବରେ ସ୍ଥିର କରାଯାଇଛି।