thelifelinemedia
Latest Odisha News, Breaking News Today

ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୧ ଟଙ୍କା ପଠାଯାଇଛି । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠା ଯାଇଛି। ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନ ପହଞ୍ଚିବା ଯାଏଁ ପଞ୍ଜିକରଣ ଜାରି ରହିବ। ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଜନ୍ମ ଦିନରେ ଏହି ଟଙ୍କା ପଞ୍ଜିକରଣ କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ୧୭ ତାରିଖ ପରେ ପଞ୍ଜିକରଣ ହୋଇଥିବା ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଇତିମଧ୍ୟରେ ୬୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି। ୧ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.