thelifelinemedia
Latest Odisha News, Breaking News Today

ହଠାତ ରାଗିଯାଇ ମାଆକୁ ହତ୍ୟା କରିଥିଲେ ଦୁଇ ପୁଅ: ପୋଲିସର ପ୍ରାଥମିକ ତଦନ୍ତରୁ ଆସିଲା ଏମିତି କଥା 

କଟକ : ସଡନ୍ ପ୍ରୋଭୋକେଶନ ବା ହଠାତ୍ ରାଗିଯାଇ ମାଆକୁ ଦୁଇ ପୁଅ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡୁଛି।କଟକ ମହାନଦୀବିହାର ଅଞ୍ଚଳରେ ମାଆଙ୍କୁ ହତ୍ୟା ଘଟଣାରେ ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ଦୁଇ ପୁଅ ହଠାତ ରାଗିଯାଇ ଏଭଳି କାଣ୍ଡ ଭିଆଇଛନ୍ତି। ପ୍ରତିକ୍ରିୟାଶୀଳ ହୋଇ ହତ୍ୟା କରି ଥାଇପାରେ ଅଭିଯୁକ୍ତ, ଏହି କଥା କହିଛି ପୋଲିସ। ହତ୍ୟା ଅଭିଯୋଗରେ ମହିଳାଙ୍କ ବଡ ପୁଅ ଅଂଶୁମାନ୍ ମହାନ୍ତିଙ୍କୁ ଗିରଫ କରାଯାଇଛି। ସାନ ପୁଅକୁ ଖୋଜୁଛି ପୋଲିସ। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ। କ୍ରାଇମ୍ ସ୍ପଟରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତ ଛିଟା ଜବତ କରିଛି ପୋଲିସ। ଫୋରେନ୍ସିକ୍ ଟିମ୍ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି।

ଦୁଇ ପୁଅଙ୍କର ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ରେକର୍ଡ ବା ପ୍ରମାଣ ନାହିଁ। ଦୁଇ ପୁଅ ମାନସିକ ବିକାରଗ୍ରସ୍ତ ଥିଲେ କି ନାହିଁ ସେ ନେଇ ଅନୁଧ୍ୟାନ କରୁଛି ପୋଲିସ।

Leave A Reply

Your email address will not be published.