ଓଡିଶା ପାଇଲା ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ: ଆଭାସୀରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର : ଓଡ଼ିଶାକୁ ମିଳିଲା ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ।ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ହୋଇଥିଲା ବିଶାଳ କାର୍ଯ୍ୟକ୍ରମ। ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ବ୍ରହ୍ମପୁରରେ ବ୍ରହ୍ମପୁର-ଟାଟାନଗର ପର୍ଯ୍ୟନ୍ତ ଚଳାଚଳ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ସେହିପରି ଅନ୍ୟ ଏକ୍ସପ୍ରେସଟି ରାଉରକେଲାରୁ ହାଓଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ ପତାକା ଦେଖାଇ କରିଛନ୍ତି। ଓଡ଼ିଶାରୁ ଦୁଇଟି ବନ୍ଦେ ଭାରତ ଗଡ଼ିଥିବାବେଳେ ଅନ୍ୟ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଶୁଭାରମ୍ଭ ହୋଇଛି।
ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ ଆଜି ୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଓଡିଶାରେ ୫କୁ ବୃଦ୍ଧି ପାଇଛି ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା।