thelifelinemedia
Latest Odisha News, Breaking News Today

ଇସ୍ତଫା ଦେବେ କେଜ୍ରିୱାଲ: ଜାତୀୟ ରାଜନୀତିରେ ବଡ ହଲଚଲ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ସେ କହିଛନ୍ତି, “ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ମୁଁ ଏବେ ପ୍ରତ୍ୟେକ ଘର ଓ ରାସ୍ତାକୁ ଯିବି। ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ; ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ।’’ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ “ଷଡଯନ୍ତ୍ର” ତାଙ୍କର ଦୃଢ଼ ସଂକଳ୍ପକୁ ଭାଙ୍ଗି ପାରିବ ନାହିଁ ଏବଂ ଦେଶ ପାଇଁ ସଂଗ୍ରାମ ଜାରି ରଖିବାକୁ ଶପଥ ନେଛନ୍ତି।

ଜେଲରେ ବିତାଇଥିବା ଅନୁଭୂତିକୁ ବାଣ୍ଟି କେଜ୍ରିୱାଲ କହିଛନ୍ତି, “ମୁଁ ଜେଲରୁ କେବଳ ଗୋଟିଏ ଚିଠି ଲେଖିଥିଲି ଏବଂ ତାହା ପୁଣି ସ୍ବାଧୀନତା ଦିବସ ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମୋ ଅନୁପସ୍ଥିତିରେ ଆପ୍‌ ନେତ୍ରୀ ଅତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ଅନୁମତି ମାଗି ଲେଖିଥିଲି। ହେଲେ ସେ ଠିଚି ମୋ ପାଖକୁ ଫେରସ୍ତ ଆସିଲା ଏବଂ ଯଦି ମୁଁ ଅଧିକ ଚିଠି ଲେଖିଛି, ତେବେ ମୋ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଗଲା।”

Leave A Reply

Your email address will not be published.