ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ : ହକିରେ ପାକିସ୍ତାନକୁ ହରାଇଲା ଭାରତ। ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ମାତ ଦେଲା ଭାରତୀୟ ହକି ଟିମ। ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। କ୍ରମାଗତ ୫ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଅନ୍ତିମ ରାଉଣ୍ଡ ମୁକାବିଲାରେ ପାକିସ୍ତାନକୁ ହରାଇଛି। ମ୍ୟାଚରେ ଭାରତ ୨-୧ରେ ପାକିସ୍ତାନକୁ ହରାଇଛି।
ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ପ୍ରଥମ କ୍ଵାର୍ଟରର ୧୦ ମିନିଟରେ ପାକିସ୍ତାନର ଅହମ୍ମଦ ନାଦିମ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ନଦିମ।ହେଲେ ଏହା ପୋର ଭାରତ କମ୍ବ୍ୟାକ୍ କରିଥିଲା। ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧କୁ ଆଣିଥିଲେ । ପୂର୍ବରୁ ଭାରତୀୟ ଦଳ ୨୦୧୧, ୨୦୧୬ ଓ ୨୦୨୩ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଚଳିତ ଥର ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ହକି ଟିମ।