ସୁଭଦ୍ରା ଯୋଜନା: ଏବେ ସୁଦ୍ଧା ଆବେଦନ କଲେଣି ୬୦ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ଆସନ୍ତା ୧୭ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହାର ଶୁଭାରମ୍ଭ କରିବେ। ୧୭ରେ ପ୍ରଥମ କିସ୍ତି ମିଳିବାକୁ ଯାଉଛି। ୟାରି ଭିତରେ ୬୦ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିସାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି। ସୁଭଦ୍ରା ଯୋଜନା ପ୍ରଚାର ପ୍ରସାର ପାଇଁ ଆକାଶ ବାଣୀର ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ଗୁରୁତ୍ବ ଦିଗ ଉପସ୍ଥାପନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।କହିଛନ୍ତି ପରିବାରରେ ଏକାଧିକ ମହିଳା ଥିଲେ ସମସ୍ତେ ସୁଭଦ୍ରା ଯୋଜନା ପାଇବେ। ଆସନ୍ତା ୧୭ ତାରିଖ ଠାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ହିତାଧିକାରୀ ପାଇବେ। ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ହିତାଧିକାରୀ ଆବେଦନ କରି ସାରିଛନ୍ତି। ଦ୍ଵିତୀୟ କିସ୍ତି ୨୦୨୫ ମାର୍ଚ୍ଚ ମାସରେ ମିଳିବ। ସେତେବେଳେ ଓଡ଼ିଶାରେ ଏକ କୋଟି ରୁ ଉର୍ଦ୍ଧ ହିତାଧିକାରୀ ଯୋଡ଼ି ହୋଇ ସାରିଥିବେ। ୩୦ ମିନିଟର ଏହି ସାକ୍ଷାତକାର ରେ ଓଡ଼ିଶା ବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ସମସ୍ତ ସୂଚନା ଦେଇଛନ୍ତି। ସ୍ବାମୀଙ୍କ ଆୟ ବର୍ଷକୁ ଅଢ଼େଇ ଲକ୍ଷରୁ ଉର୍ଦ୍ଧ ଥିଲେ ସ୍ତ୍ରୀ ଯୋଜନାର ଲାଭ ପାଇ ପାରିବେ ନାହିଁ। ଶେଷ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।