ମାଆକୁ ମାରିଲା ସୈତାନ ପୁଅ: ଗଳା କାଟି ନେଲା ମାର ଜୀବନ

କଟକ: ଯେଉଁ ମା ଜନ୍ମଦେଇ କୋଳେଇ କାଖେଇ ମଣିଷ କଲା ସେଇ ମାକୁ ଅତି ନୃଂଶସ ଭାବେ ହତ୍ୟା କଲା ପୁଅ। ବିଭତ୍ସ.. ଅମାନୁଷିକ.. ବର୍ବର.. ଯେତେ ନିନ୍ଦା କଲେ କମ ପଡ଼ିଯିବ। ଦୁଇ ପୁଅ ମିଶି ଜନ୍ମକଲା ମାଆକୁ ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ଘଟିଛି କଟକ ମହାନଦୀବିହାର ସେକ୍ଟର -୨ ବ୍ରହ୍ମାନନ୍ଦ ଛକ ନିକଟରେ। ଦୁଇ ପୁଅ ମିଶିକି ମାଆକୁ ହତ୍ୟା କରିଛନ୍ତି।ଛୁରୀ ଭୂଷି ହତ୍ୟା କଲେ ଦୁଇ ପୁଅ । ଘଟଣାରେ ଗୋଟିଏ ପୁଅକୁ ପୋଲିସ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର ଅଛି।
ସୂଚନା ଅନୁସାରେ ମହାନଦୀ ବିହାର ସ୍ଥିତ ଘରେ ମା’ ଓ ଦୁଇ ପୁଅ ରୁହନ୍ତି। ଆଜି ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ। ଚିତ୍କାର ଶୁଣି ପାଖ ପଡ଼ୋଶୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣରୁ ମାକୁ ହତ୍ୟା କଲେ ଦୁଇ ପୁଅ ତାହା ଜଣା ପଡିନି। ବିଭିନ୍ନ ଦିଗକୁ ନେଇ ପୋଲିସର ଖୋଳତାଡ଼ ଜାରି ରହିଛି। କୁହାଯାଉଛି ମା ପୁଅ ଭିତରେ ପ୍ରାୟ ସମୟରେ ଝଗଡା ଲାଗି ରୁହେ। କୌଣସି କାରଣକୁ ନେଇ ମା ପୁଅ ତିକ୍ତତା ଆଜି ଚରମ ସୀମାରେ ପହଁଚିଥିଲା। ଗଳା କାଟି ଦୁଇ ପୁଅ ମାକୁ ହତ୍ୟା କରଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।