thelifelinemedia
Latest Odisha News, Breaking News Today

ଆସିଲା ନୂଆ ଅବକାରୀ ନୀତି, ଆଉ ପୁରୀରେ ମିଳିବନି ମଦ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ନିଜସ୍ୱ ଅବକାରୀ ନୀତି ଆଣିଛନ୍ତି ମୋହନ ସରକାର । ନୂଆ ମଦ ନୀତି ଆଜି ଘୋଷଣା ହୋଇଥିବା ବେଳେ ସେଥିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ପୁରୀ ବିଚ୍‌ରେ ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ମନା ହୋଇଛି ।

ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟର ଅନ୍ୟ ଧର୍ମସ୍ଥଳୀ ଅଞ୍ଚଳରେ ବି ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ବି ମଦ ଦୋକାନ ଖୋଲିବନି ବୋଲି ସ୍ପଷ୍ଟ କରାଯାଇଛି। ପୁରୀ ସି- ବିଚ୍‌ରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା। ଏଥିସହ ମନ୍ଦିର ନିକଟରେ ସମୁହ ଦୀପ ଦାନ କରାଯିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ।

Leave A Reply

Your email address will not be published.