ପୂଜା ବଜାର ହଲଚଲ : ପରଦାକୁ ଆସିଲା ଆଇ ଲଭ ୟୁ-ଟୁ

ବ୍ୟୁରୋ: ରିଲିଜ ହେଲା ବହୁ ପ୍ରତକ୍ଷିତ ଫିଲ୍ମ ଆଇ ଲଭ ୟୁ-ଟୁ। ଫିଲ୍ମ୍ ଫ୍ରାଇଡେରେ ବଡ଼ ପରଦାକୁ ଆସିଲା। ଗଣେଶ ପୂଜାରେ ବଜାରରେ ଲୋକଙ୍କୁ ଆକୃଷ୍ଟ କରିବ ଏହି ଫିଲ୍ମ୍। ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ ସିନେମା ‘ଆଇ ଲଭ ୟୁ- ଟୁ’ ଆଜି ବିଭିନ୍ନ ହଲ୍ ମୁକ୍ତି ଲାଭ କରିଛି ଯାଉଛି। ପ୍ରଯୋଜକ ଟୁଟୁ ନାୟକଙ୍କ ଓ ଅନ୍ୟ କଳାକାର ମାନେ ଆଜି ଭୁବେଶ୍ବରରେ ସିନେପୋଲିସରେ ସିନେମା ହଲରେ ଉପସ୍ଥିତି ରହି ସିନେମା ଦେଖିଥିଲେ। ଏହି ଅବସରରେ କହିଛନ୍ତି ଯେ ପ୍ରଥମ ଦିନରେ ଲୋକ ମାନେ ଏହାକୁ ପସନ୍ଦ କରିଛନ୍ତି ଆଗକୁ ପାର୍ବଣ ଥିବାରୁ ଆହୁରି ଭଲ ମାର୍କେଟ କରିବ ଫିଲ୍ମ୍। ଏହି ଫିଲ୍ମ ଦ୍ଵାରା ଓଡ଼ିଆ ସିନେମାରେ ପାଦ ଥାପିଛନ୍ତି ନୂଆଁ ଓଡିଆ ଅଭିନେତା ଆଦିତ୍ୟ ମହାପାତ୍ର ଓ ନବାଗତା ଅଭିନେତ୍ରୀ ଅପ୍ସରା ରାଣୀ। ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର ଓ ସତ୍ୟଜିତ ପ୍ରଧାନ। ଗୀତ ଲେଖିଛନ୍ତି ସ୍ବର୍ଗତ ସ୍ୱରୂପ ନାୟକ ଓ ଅରୁଣ ମନ୍ତ୍ରୀ। ଫିଲ୍ମ୍ ସହ ଗୀତ ଗୁଡିକ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜକ ଟୁଟୁ ନାୟକ।