ନୁଆଁଖାଇ ଭେଟଘାଟ: ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ନବାନ୍ନ ଖାଇବା ସହ ନୂଆଖାଇ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର: ଗଣପର୍ବ ନୁଆଁଖାଇ ଅବସରରେ ସମ୍ବଲପୁରର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆସନ୍ତା ରବିବାର ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ନୂଆଖାଇ ପାଇଁ ସମ୍ବଲପୁର ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ।ନବାନ୍ନ ଖାଇବା ସହ ନୂଆଖାଇ ଭେଟଘାଟରେ ଯୋଗ ଦେବେ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡିଛି ଜିଲ୍ଲା ପ୍ରଶାସନ। ମୁଖ୍ୟମନ୍ତ୍ରୀଙ୍କ ଭୋଜନ ଥାଳିରେ ପରସା ଯିବ ଖାଣ୍ଟି ସମ୍ବଲପୁରୀ ଆଇଟମ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।
ଅନ୍ୟପଟେ ଚଳଚଞ୍ଚଳ ହୋଇଉଠିଛି ପୁରା ପଶ୍ଚିମଓଡିଶା। ନୂଆଖାଇ ପାଇଁ ଘରେଘରେ ଉତ୍ସବ ମୁଖର। ପିଠାପଣାର ଆସର ଜମିଛି। ଛୋଟରୁ ବଡ଼ ସମସ୍ତେ ନୂଆ ପୋଷାକ ପରିଧାନ କରି ନୂଆ ଖାଇବେ। ଏଥପାଇଁ ହର୍ଷ ଉଲ୍ଲାସ ଖେଳି ଯାଇଛି ପଶ୍ଚିମ ଓଡିଶାରେ।