ନବୀନଙ୍କ ଉପରେ ଭରସା ପାଉନି : ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ଛାଡ଼ୁଛନ୍ତି ଦଳ

ଭୁବନେଶ୍ୱର: ଜଟିଳ ସ୍ଥିତିରେ ବିଜେଡି ଶିବିର। ନବୀନଙ୍କ ଉପରେ ଭରସା ପାଉନି ଦଳୀୟ ନେତାଙ୍କର। ଦିନେ ସବୁଠୁ ଶକ୍ତିଶାଳୀ ଓ ବିଶ୍ୱସନୀୟ ନେତା ଭାବେ କର୍ମୀଙ୍କ ବିଶ୍ୱାସ ଜିତିପାରୁଥିବା ନବୀନ ଆଜି ଯେମତି ବିଶ୍ୱାସ ହରାଇଛନ୍ତି। ଦଳୀୟ ବରିଷ୍ଠ ନେତାଙ୍କ ବିଶ୍ୱାସ ପାଉନି ନବୀନଙ୍କ ଉପରେ। ଖାସକରି ବିଜେଡିର ରାଜ୍ୟସଭା ସାଂସଦ ମାନେ ଏବେ ନବୀନଙ୍କ ରାସ୍ତାରେ ଚାଲିବାକୁ ଇଛା କରୁ ନାହାନ୍ତି। ପ୍ରଥମେ ମମତା ମହାନ୍ତ ଆଉ ଏବେ ସୁଜିତ କୁମାର ଉଭୟ ରାଜ୍ୟସଭା ସାଂସଦ ଦଳ ଛାଡ଼ିବା ପରେ ଏବେ ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି।କାହିଁକି ନବୀନଙ୍କ ଉପରେ ଦଳୀୟ ନେତା ତଥା ସାଂସଦ ମାନେ ଖପ୍ପା ଅଛନ୍ତି। ବିଜେଡି ଛାଡି ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ଓଡିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ନବୀନ ସରକାରରେ ଆଖିବୁଜା ଦୁର୍ନୀତି ହୋଇଥିବା କଥା କହିଛନ୍ତି ସୁଜିତ କୁମାର।
ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଏହି ଆସନ ଏବେ ଫାଙ୍କା ଅଛି। ଏଠି ମାସକ ଭିତରେ ନିର୍ବାଚନ ହେବା ସମ୍ଭାବନା ରହିଛି। ତେବେ ସୁଜିତ କୁମାର ପୁଣି ଥରେ ରାଜ୍ୟସଭା ଯାଇପାରନ୍ତି। ବିଜେପି ତାଙ୍କୁ ରାଜ୍ୟସଭା ପଠେଇବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ଏ ସମ୍ଭାବନା ଯଦି ସତ ହୁଏ ତା ହେଲେ ଓଡିଶାରୁ ବିଜେପିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୩ ରେ ପହଂଚିବ। କିନ୍ତୁ ମମତା ମହାନ୍ତଙ୍କ ପରି ବିଜେପି ସୁଜିତଙ୍କୁ ପୁଣି ଥରେ ରାଜ୍ୟସଭା କୁ ପଠେଇବ ନା ଆଉ କାହା ଉପରେ ଭରଷା କରିବ, ତାହା ଦେଖିବାକୁ ବାକି ରହିଲା। କିନ୍ତୁ ରାଜନୈତିକ ଘଟଣାକ୍ରମ ଭିତରେ ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡିବା ବିଜେଡି ପାଇଁ ଏବେ ଚିନ୍ତାର ବିଷୟ ହୋଇଛି।