thelifelinemedia
Latest Odisha News, Breaking News Today

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର : ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ 

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଓଡିଶା ରାଜିନୀତିରେ ହଟଚମତଟ ସୃଷ୍ଟି କରିଛି ସୁଜିତ କୁମାର ଦଳ ଡିଆଁ। ବିଜେଡିରୁ ଇସ୍ତଫା ଦେବା ପରେ ସଂଗେ ସଂଗେ ବିଜେପିରେ ମିଶିଗଲେ।ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଛନ୍ତି।ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।୨୦୨୦ରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ସୁଜିତ କୁମାର ଶୁକ୍ରବାର ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି। ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଥିବାବେଳେ ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେବା ଓଡିଶା ରାଜିନୀତିରେ କମ୍ପନ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଏବେ ସେହି ଧାରାରେ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ଅଛନ୍ତି। ଆଗକୁ ବିଜେଡିର ଆଉ କିଛି ରାଜ୍ୟସଭା ସାଂସଦ ଦଳ ବିଜେଡିକୁ ବାଏ ବାଏ କରି ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡୁଛି।

 

 

 

 

 

 

 

 

Leave A Reply

Your email address will not be published.