ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ: ମିଥ୍ୟା ମାମଲାରେ ବିରୋଧୀଙ୍କ ସ୍ୱର ଚାପିବାକୁ ହଇରାଣ କରୁଛନ୍ତି ସରକାର

ଭୁବନେଶ୍ୱର: ତୀବ୍ର ହେବାରେ ଲାଗିଛି ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ବିତର୍କର ଆହ୍ୱାନ ଦେବା ପରେ ତେଜିଛି ରାଜନୀତି। ଏହାକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି। ଗଣତନ୍ତ୍ରରେ ସହନଶୀଳତା ଏକାନ୍ତ ଅପରିହାର୍ଯ୍ୟ, ସରକାରୀ ଦଳର ଅସହିଷୁତା ଆଜି ସବୁ କାଳର ସୀମା ଟପିଛି, ଯାହାକୁ ନେଇ ଆଜି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି । ବିଜୁଜନତା ଦଳ ଓ କଂଗ୍ରେସ ବିଧାୟକମାନେ ଏକାଠି ହୋଇ ବିଧାନସଭାରେ ସରକାରଠାରୁ କଇଫତ୍ ମାଗିଛନ୍ତି। ବିରୋଧୀ ଦଳ ଏକାଠି ହୋଇ ଗୋଟିଏ ଦାବି କରିଛନ୍ତି, ମିଥ୍ୟା ମକଦ୍ଦମାକୁ ସରକାର ପ୍ରତ୍ୟାହାର କରନ୍ତୁ। ସବୁ ପ୍ରତି କ୍ରିୟାର ପ୍ରତିକ୍ରିୟା ଅଛି ।ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ବିତର୍କ ଆହ୍ବାନ କଲେ କେନ୍ଦ୍ରମନ୍ତ୍ରୀ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ହୋଇଆସୁଛି।
ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, କଟକ ବାସିନ୍ଦା, ପୂର୍ବତନ ଛାତ୍ର ପ୍ରତିବାଦ କଲେ। କିନ୍ତୁ ଦୁଃଖର କଥା ତିନି ଜଣ ବିଜେଡି ନେତାଙ୍କ ବିରୋଧରେ ମାଲଗୋଦାମ ଥାନା ପୋଲିସ ଆର୍ମ୍ସ ଆଇନ ଲଗାଇ ମିଥ୍ୟା ମକଦ୍ଦମା ରୁଜୁ କରିଛି । ପ୍ରତିହିଂସା ପରାୟଣ ହୋଇ ସରକାର ଏମିତି ମାମଲା ରୁଜୁ କରିଛନ୍ତି ବୋଲି ବିରୋଧୀ କହିଛନ୍ତି। ଜାଣିଶୁଣି ମିଥ୍ୟା କପୋଳକଳ୍ପିତ , ହୀନ ରାଜନୀତି , ଭିତ୍ତିହୀନ ଅଭିଯୋଗ କରୁଛନ୍ତି ଶାସକ ଦଳ। ପୋଲିସ ପ୍ରଶାସନ ଲଗାଇ ବିରୋଧୀଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ଶାସକ ଦଳ। ପ୍ରତିବାଦ ବେଳେ ମାଲଗୋଦାମ ଥାନା ପୋଲିସ ଓ ଆଇଆଇସି ଉପସ୍ଥିତ ଥିଲେ। ଯଦି ଆସାମି ମାନେ ଯଦି ମାରଣାସ୍ତ୍ର ଧରିଥିଲେ ତେବେ ପୋଲିସ କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ? ଯିଏ ସରକାରଙ୍କୁ ବିରୋଧ କରୁଛି ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି ଏହା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରନ୍ତୁ। ରାଜ୍ୟ ସରକାର ଆକ୍ରୋଶମୂଳକ ପନ୍ଥା ଅବଲମ୍ବନ ନ କରନ୍ତୁ । ବିରୋଧୀ ଙ୍କ ସ୍ବର ଚପାଇବା ପାଇଁ ସରକାର ଉଦ୍ୟମ କରାଯାଇଛି । ଜନସ୍ବାର୍ଥ ପାଇଁ ଯାହା ଉଦ୍ଦିଷ୍ଟ ତାକୁ କହିବା ପାଇଁ ବିଜେଡି କେବେ ପଛଘୁଞ୍ଚା ଦେବନି ଏହା ବିଜେଡିର ଚେତାବନୀ। କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛନ୍ତି । ମିଥ୍ୟା ମାମଲା ପ୍ରତ୍ୟାହୃତ ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ କହିଲେ ବିଜେଡି କହିଛି।